ବରଗଡ (ସଂଘର୍ଷ ମିଡିଆ ) : ଏହି କରୋନା ମହାମାରୀ ସମୟରେ ରାଜବୋଡାସମ୍ବର ବ୍ଲକ ବୁଡାମାଲ ଗ୍ରାମ ପଞ୍ଚାୟତରେ ଏକ ଏନଜିଓ ତରଫରୁ ଓ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର ବଢେଇଙ୍କ ସହଯୋଗ ରେ ଭେଲୁଆପଦର ଲୁହାଖାନ ଓ ବୁଡାମାଲ ଗ୍ରାମରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। କିଛି ଚାଉଳ, ଡାଲି, ଲୁଣ, ବିସ୍କୁଟ ,ଚୁଡ଼ା, ଚିନି ଚା ,ଔଷଧ ଓ ସୁଜି ବଣ୍ଟନ କରାଯାଇଛି। ଏହି ବିଷୟରେ ଜାଣିବା ପାଇଁ ଆମ ଜିଲ୍ଲାପ୍ରତିନିଧି ଯୁଧିଷ୍ଠିର ବାରିକ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର ବଢେଇଙ୍କୁ ଫୋନରେ ଯୋଗାଯୋଗ କରି ପଚାରି ବୁଝିଥିଲେ ଓ ସେ କହିଥିଲେ ଯେ ଏକ ଏନଜିଓ ତରଫରୁ ଓ ମୋର ସହଯୋଗରେ ଏହି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ସେ ଯାହା ବି ତାଙ୍କର ସଫଳ ଉଦ୍ୟମରେ ଏମହାମାରୀ ସମୟରେ ସହଯୋଗଟି ଲୋକଙ୍କ ଉପକାରରେ ଆସୁଥିବାରୁ ବହୁତ ପ୍ରଶଂସା କରୁଛନ୍ତି। ବୁଡାମାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଚତୁର୍ଭୁଜ ମେହେର ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ ଭାବରେ ସହଯୋଗ କରିଛନ୍ତି। ବରଗଡ଼ରୁ ଯୁଧିଷ୍ଠିର ବାରିକଙ୍କ ରିପୋର୍ଟ ସଂଘର୍ଷ ନ୍ଯୁଜ।