ନରସିଂହପୁର(ସଂଘର୍ଷ ମିଡିଆ ) : ଲୋକାର୍ପିତ କରିଛନ୍ତି ବଡମ୍ବା ବିଧାୟକ ଶ୍ରୀଯୁକ୍ତ ଦେବୀପ୍ରସାଦ ମିଶ୍ର।ସୂଚନା ଅନୁଯାୟୀ କଟକ ଜିଲ୍ଲା ନରସିଂହପୁର ବ୍ଲକରେ 2018 ମସିହାରେ ଓଡିଶା ସରକାର ଓ ରାହୀ ର ମିଳିତ ସହଯୋଗରେ ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖୋଲାଯାଇଥିଲା ଡାଇଲିସିସ କେନ୍ଦ୍ର।ବର୍ତ୍ତମାନ ଏଠାରେ 7 ଟି ଡାଇଲିସିସ ମେସିନ ଥିବା ବେଳେ 63 ଜଣ କିଡନୀ ରୋଗୀ ସମ୍ପୂର୍ଣ୍ଣ ମାଗଣାରେ ଡାଇଲିସିସ କରାଉଛନ୍ତି।ସେହି ରୋଗୀ ମାନଙ୍କ ମଧ୍ୟରୁ 14 ଜଣ ଙ୍କ ଠାରେ ଯକୃତ ପ୍ରଦାହ C ପଜିଟିଭ ଭୁତାଣୁ ଦେଖିବାକୁ ମିଳିଛି।ତେଣୁ ସେହି 14 ଜଣ ଯକୃତ ପ୍ରବାହ C ପଜିଟିଭ ଭୁତାଣୁ ଥିବା ରୋଗୀ ମାନଙ୍କୁ ଡାଇଲିସିସ କରିବା ପାଇଁ ଆଉ ଏକ HCV ପଜିଟିଭ ମେସିନ କୁ ଲୋକାର୍ପିତ କରିଛନ୍ତି ବିଧାୟକ।ଆଉ ମଧ୍ୟ କହିଛନ୍ତି ଖୁବ୍ ଶୀଘ୍ର ଆଉ ତିନୋଟି ମେସିନ ଏହି ଡାଇଲିସିସ ସେଣ୍ଟରକୁ ଯୋଗାଇ ଦିଆଯିବ ଏବଂ ତା ସହିତ ଉନ୍ନତମାନର ଡାଇଆଲାଇଜର ଯୋଗାଇ ଦିଆଯିବ ଯାହାଫଳରେ ରୋଗୀମାନେ ବାହାରକୁ ଯାଇ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ। କିନ୍ତୁ ସେପଟେ ଡାଇଲିଶିଶି ମୁଖ୍ୟ ପୂର୍ବରୁ ପେସେଣ୍ଟ ମାନଙ୍କୁ ନେଇ ଏକ ଆଲୋଚନା ମାଧ୍ୟମରେ ରୋଗୀ ମାନଙ୍କୁ ଏକ ମାସ ପାଇଁ ଆଠ ହଜାରେ ଟଙ୍କା ଦେବା ପାଇଁ ସୂଚନା ଦେଇଥିଲେ।ତେବେ ଏଠି ପ୍ରଶ୍ନ ଉଠୁଚି ସରକାର ମାଗଣାରେ ଏହି ସେବା ଯୋଗାଇ ଦେଇଛନ୍ତି।କିନ୍ତୁ ରୋଗୀଙ୍କୁ ତଣ୍ଟି ଚିପି ଏଠାରେ ପଇସା ନିଆ ଯାଉଛି ବୋଲି ଚର୍ଚ୍ଚା। ଯୋରେ ଚାଲିଛି। ନରସିଂହପୁର ସଞ୍ଜୟ ପଟଟନାୟକଙ୍କ ସହ ଅରବିନ୍ଦ ପ୍ରଧାନଙ୍କ ରିପୋର୍ଟ ।
Get real time updates directly on you device, subscribe now.
Prev Post
କେନ୍ଦ୍ରାଞଳ ଅବକାରୀ ବିଭାଗ ଦ୍ଵାରା ଭଦ୍ରକ ବାଇପାସ୍ ଅଞ୍ଚଳରୁ ୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ,୨ ଗିରଫ
Next Post