ପୁରୀ ( ସଂଘର୍ଷ ମିଡିଆ ) : ଏଏସଆଇର ଯୁଗ୍ମ ମହାନିର୍ଦ୍ଦେଶକ ଅରୁଣେନ୍ଦ୍ର କୁମାରଙ୍କ ଦ୍ବାରା ଶ୍ରୀମନ୍ଦିର ମରାମତି କାର୍ଯ୍ୟର ଯାଞ୍ଚ। ପ୍ରତ୍ନତତ୍ତ୍ବ ଵିଭାଗର ରାଜ୍ୟ ଏଏସ ଆଇ ସୁପରିଡେଣ୍ଟେଣ୍ତ ଅରୁଣ ମଲ୍ଲିକ ଓ ବରିଷ୍ଠ ଅଧିକାରୀ ମାନେ ଯାଞ୍ଚ କାର୍ଯ୍ୟରେ ସାମିଲ। ମନ୍ଦିରରୁ ଖସିଥିବା ହିରଣ୍ୟକସ୍ୟପ ମୂର୍ତ୍ତି ମରାମତି ଓ ପୁନଃ ସ୍ଥାପନ କରାଯିବ। ଶ୍ରୀମନ୍ଦିରରେ ଚାଲିଥିବା ସମସ୍ତ କାର୍ଯ୍ୟର ଯାଞ୍ଚ କରାଯାଇ ପଦକ୍ଷେପ ନେବ ଏଏସ ଆଇ। ସୂଚନା ଦେଲେ ପ୍ରତ୍ନତତ୍ତ୍ବ ବିଭାଗର ରାଜ୍ୟ ଅଧିକ୍ଷକ ଅରୁଣ ମଲ୍ଲିକ।