ନବରଙ୍ଗପୁର(ସଂଘର୍ଷ ମିଡିଆ) : – ବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ସଦର ମହକୁମା କାଳୀ ମନ୍ଦିର ନିକଟରୁ ଅପରାହ୍ନ ୨ ଘଣ୍ଟା ରୁ ହିନ୍ଦୁ ବିଶାଳ ରାଲି ବାହାରି ରାଜ୍ୟ ରାଜପଥ ଉପର ଦେଇ ବିଭିନ୍ନ ହିନ୍ଦୁ ସୁରକ୍ଷା ନାରା ଦେଇ ମା ପେଣ୍ଡ୍ରାଣୀ ମନ୍ଦିର ନିକଟରେ ପହଞ୍ଚି ଥିଲେ l ସେଠାରେ ହିନ୍ଦୁ ସୁରକ୍ଷା ସମିତି ଓ ଆର୍ ଏସ୍ ଏସ୍ ସଂଘ କର୍ମକର୍ତ୍ତାଙ୍କ ସହ କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାର ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ହିନ୍ଦୁ ଆସି ସହଯୋଗ କରିଥିଲେ l ହିନ୍ଦୁ ସୁରକ୍ଷା ସମିତି ଆୟୋଜନରେ ବଳିଷ୍ଠ ସଂଗଠନ କର୍ତ୍ତା ଓ ବରିଷ୍ଠ ନେତା ଜୟଦେବ ପରିଡା ମୁଖ୍ୟ ଅତିଥି ଙ୍କ ନେତୃତ୍ଵରେ ବିଶ୍ଵ ହିନ୍ଦୁ ପରିଷଦର କୃପା ରାମ ସାହୁ, ଅବିଭକ୍ତ କୋରାପୁଟ ଜିଲ୍ଲା ହିନ୍ଦୁ ମହାସଂଘ ର ସଭାପତି ଜଗନ୍ନାଥ ଶତପଥୀ, ତାରାଗାଁ ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ଅଧ୍ୟକ୍ଷ ନୀଳକଣ୍ଠ ପାଢୀ, ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, ପୂର୍ବତନ ନବରଙ୍ଗପୁର ଜିଲ୍ଲାପାଳ ଙ୍କପି ଏ ସୁରେଶ କୁମାର ଶାସ୍ତ୍ରୀ, ସତ୍ୟବ୍ରତ ସାମଲ ପ୍ରମୂଖ ଅନ୍ୟ ମାନଙ୍କ ସହଯୋଗରେ ପ୍ରଥମେ ଏକ ସଭାର ଆୟୋଜନ ହୋଇ ହିନ୍ଦୁ ସୁରକ୍ଷା ଉପରେ ନିଜ ନିଜର ମତ ପ୍ରଦାନ କରିବା ପରେ ରାଲି ବାହାରିଥିଲା lଆରକ୍ଷୀ ଅଧିକ୍ଷକ ଙ୍କ ସହଯୋଗରେ ବ୍ୟାପକ ପୋଲିସ ଅଧିକାରୀ ମୁତୟନ କରାଯାଇ ଶାନ୍ତି ଶୃଙ୍ଖଳା କାର୍ଯ୍ୟକ୍ରମ ବେଶ୍ ସୁନ୍ଦର ହୋଇ ଥିଲା l ହିନ୍ଦୁ ମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ଦାବୀ ସମ୍ବଳିତ ଦୁଇଟି ଦାବୀ ପତ୍ର ମହାମହିମ ରାଷ୍ଟ୍ରପତି ଓ ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉମରକୋଟ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା l ଦାବୀ ଗୁଡିକ ମଧ୍ୟରେ ହିନ୍ଦୁ ରାଷ୍ଟ୍ର ଘୋଷଣା ହେଉ, ଗୋ ହତ୍ୟା ବନ୍ଦ କରାଯାଉ, ଅନୁପ୍ରବେଶକାରୀ ମାନଙ୍କୁ ଭାରତରୁ ବାହାର କରାଯାଉ ପ୍ରମୂଖ ଦାବୀ ରହିଥିଲା l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l