ଗଜପତି(ସଂଘର୍ଷ ମିଡିଆ) : -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଶ୍ଵନାଥ କଲ୍ୟାଣ ମଣ୍ଡପ ଠାରେ ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ କୀର୍ତ୍ତିକିରିଟ କୃଷ୍ଣଚନ୍ଦ୍ର ଗଜପତି ପୁସ୍ତକର ଲୋକାର୍ପଣ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଅତିଥି ମାନେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପପ୍ରଜ୍ବଳନ କରିଥିଲେ।ମନସ୍ମିତା ପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।ମଞ୍ଚାସିନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା।ଡ଼ଃ ବିଦ୍ୟୁତ ଶେଖର ମିଶ୍ର ଓ ବି କମଳାଙ୍ଗୀ ଦୈତ କଣ୍ଠରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଭାବରେ ଅବସରପ୍ରାପ୍ତ ପାରଳାଖେମୁଣ୍ଡି ସଂସ୍କୃତ ବିଦ୍ୟାଳୟର ଅଧକ୍ଷା ଡ଼ଃ ଅନ୍ନପୂର୍ଣ୍ଣା ଦେବୀ ଓ ମୁଖ୍ୟ ଅତିଥି ଭାବେ ସମାରୋହକୁ ଉଦଘାଟନ କରିଥିଲେ। ଶ୍ରୀଯୁକ୍ତ ପ୍ରବଣ କୁମାର ରାଉତ ରାୟ ମାନ୍ୟବର ଜିଲ୍ଲା ଓ ଦୈରାଜଜ,ବିଶିଷ୍ଟ ସ୍ତମ୍ଭକାର ଓ ସମିକ୍ଷକ ଶ୍ରୀଯୁକ୍ତ ଦାସ୍ ବେନହୁର ଏବଂ ଡ଼ଃ ଶୁଭ୍ରାଂଶୁ କୁମାର ବେହେରା ଓଡ଼ିଆ ବିଭାଗ ମୁଖ୍ୟ ବିଜେବି ସ୍ବୟଂ ଶାସିତ ମହାବିଦ୍ୟାଳୟ ଭୁବନେଶ୍ୱର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଓ ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନର ପ୍ରତିଷ୍ଠାତା ବା ସମ୍ପାଦକ ଉପାନ୍ତ ପ୍ରହରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ ।ଓଡ଼ିଶୀ ନୃତ୍ୟାଙ୍ଗନା ତନିସା ବେବର୍ତ୍ତା ଓଡିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ବାଲିକାନା ହାନସିକାଙ୍କା ଭାରତନାଟ୍ୟମ୍ ପରିବେଷଣ କରିଥିଲେ।ଅତିଥି ମାନେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ କୃତିତ୍ବ ଅବଦାନ,ପ୍ରଜାବତ୍ସଳ ଉପରେ ନିଜର ମତାମତ ରଖିଥିଲେ। ପରିଶେଷରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଆଶାଲତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରା ।