ଉଦ୍ଧାର ହେଲା କୁମ୍ଭୀର ଝାମ୍ପି ନେଇଯାଇଥିବା ବ୍ୟକ୍ତିଙ୍କ ମୃତ ଶରୀର;ବନବିଭାଗର ଉଦାସୀନତା ପାଇଁ ବଢୁଛି ଜନ ଅସନ୍ତୋଷ

37

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ଅମୃତ ମଣୋହି ପଞ୍ଚାୟତ ଜଗନ୍ନାଥପୁର ଗାଁର ପୁରୁଷୋତ୍ତମ ଧଳ ବୟସ 61। ଗତକାଲି ତା 14.6.2021ରିଖ ସୋମବାର ଦିନ ପ୍ରାୟ 12ଟା 30ସମୟରେ ଘର ପାଖ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ କୁମ୍ଭୀର ନଦୀ ଭିତରକୁ ଟାଣି ନେଇ ଯାଇଥିଲା। ଆଜି ମଧ୍ୟାହ୍ନ ସମୟରେ ପୁରୁଷୋତ୍ତମଙ୍କ ମୃତ ଶରୀରକୁ ସ୍ଥାନୀୟ ନରେନ୍ଦ୍ରପୁର ଘାଟ ପାଖେ ଭାସୁଥିବା ଖବର ପାଇ ପୁରୁଷୋତ୍ତମ ପରିବାର ଲୋକମାନେ ଘଟଣାସ୍ଥଳରେ ପହଁଚି ପୁରୁଷୋତ୍ତମ ଧଳ ଙ୍କ ସବକୁ ଆଣିଥିବାର ନଜରକୁ ଆସିଛି। ବିଗତ ଦିନରେ କୁମ୍ଭୀର ଆକ୍ରମଣରେ ବହୁ ଲୋକଙ୍କ ମୃତ୍ୟୁ ହେଇସାରିଥିବା ବେଳେ ନିଦାବିଷ୍ଣୁ ସାଜିଥିବା ବନ ବିଭାଗର କାର୍ଯ୍ୟ ଲାଗି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜନ ସାଧାରଣ l ସେମାନଙ୍କ କହିବାନୁଯାୟୀ ବନବିଭାଗ ଚଳପ୍ରଚଳ ଥିବା ନଦୀର ତୁଠ ମାନଙ୍କରେ ନା ବନବିଭାଗ କୌଣସି ସତର୍କ ସୂଚନା ଥିବା ଫଳକ ଲଗାଉଛି ନା ସେଠି କୁମ୍ଭୀରଙ୍କୁ ପ୍ରତିରୋଧ କରିବାକୁ ତାରବାଡ଼ ବୁଲାଉଛି l ଯଦି କୁମ୍ଭୀରକୁ ଆକ୍ରମଣ କରାଯାଏ ତା ଲାଗି ଦଣ୍ଡବିଧାନ ବ୍ୟବସ୍ଥା ଥିବା ବେଳେ କୁମ୍ଭୀର ଆକ୍ରମଣର ଶିକାର ବ୍ୟକ୍ତିର ମୃତ୍ୟୁ ଲାଗି ନିଦାବିଷ୍ଣୁ ସାଜିଥିବା ବନବିଭାଗ କର୍ମଚାରୀ ଦାୟୀ ସହ ସେମାନେଙ୍କ ଲାଗି ବି ଆଇନ ବ୍ୟବସ୍ଥାରେ ଦଣ୍ଡବିଧାନ ରହିବା ଆବଶ୍ୟକ । ଏଥିପ୍ରତି ସରକାର ଉଚିତ୍ ବିଚାର କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନଦୀକୂଳିଆ ସାଧାରଣ ଲୋକମାନେ ସୁରକ୍ଷିତରେ ରହିବେ ବୋଲି ଦାବି କରିବା ସହ ତୁରନ୍ତ ମୃତ ପୁରୁଷୋତ୍ତମଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଦାବୀ କରିଛନ୍ତି ।
(ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More