ରାଉରକେଲା ( ସଂଘର୍ଷ ମିଡିଆ ) : ସହରର ଆଗ୍ରଣି ସାମାଜିକ ଅନୁଷ୍ଠାନ ହେପି ମୋମେଣ୍ଟ ଓ ଇଣ୍ଡିଆନ ବିଉଟିଶିଆନ ୱାଲେଫେର ଆସୋଷିଆସାନ ମିଳିତ ଆନୁକୁଲ୍ୟରେ ଉତ୍କଳ ଦିବସ ଭଞ୍ଜଭବନ ସ୍ଥିତ ସାହିତ୍ୟ ପାଠାଗାରରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧକ୍ଷ ରାଜେନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଆୟଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଡଃ ଦିପ୍ତିମୟୀ ବେହେରା, ଶିକ୍ଷାବିତ୍ ବ୍ରଜେନ୍ଦ୍ର ଦାଶ, ରମାକାନ୍ତ ମଲ୍ଲିକ,କବି କୁଞ୍ଜବିହାରୀ ରାଉତ ଅତିଥି ଭାବରେ ଯୋଗଦେଇ ଓଡ଼ିଶାର ଐତିହ୍ୟ,ଆମ ସଂସ୍କୃତିରେ ନାରୀ ମାନଙ୍କ ଭୂମିକା ଓ ଭାଷା ଆନ୍ଦୋଳନ ସମ୍ପର୍କ ରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଓଡ଼ିଶୀ ନୃତ୍ୟ,ସଙ୍ଗୀତ, ଓଡ଼ିଆଣୀ ବୋହୁ, ଆଧୁନିକ ନୃତ୍ୟ ଆଦି ଛାତ୍ରଛାତ୍ରୀ ଙ୍କ ଦ୍ଵାରା ପରିବେଷଣ ହୋଇଥିଲା। ଅନ୍ୟତମ ଅତିଥି ଭାବରେ ମିର୍ସେସ ଇଣ୍ଡିଆ ବିଜୟନି ନିଳୀମା ସାହୁ,ମିସ ଇଣ୍ଡିଆ ରୁକ୍ସନା ଶେଖ୍, କଲ୍ୟାଣୀ ଦାସ, ରଶ୍ମିତା ପଣ୍ଡା,ଅନିଲ ମଲ୍ଲିକ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ମତ ରଖିଥିଲେ। ରାଉରକେଲାର ବିଶିଷ୍ଟ ନୃତ୍ୟଗୁରୁ ଶ୍ରୀ ବିଜୟ କୁମାର ସାମଲ ଙ୍କୁ ସମ୍ମାନୀତ ଅତିଥି ଭାବରେ ଆମନ୍ତ୍ରିତ କରାଯାଇଥିଲା।ଉପଦେଷ୍ଟା ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, କୁମାର ବେହେରା,ତରୁଲତା ସାମଲ,ପୁଷ୍ପା ମିଶ୍ର,ମୋହନ ପଟ୍ଟନାୟକ, ଜ୍ୟୋତିର୍ମୟ ଆଚାର୍ଯ୍ୟ, ବିଶ୍ୱଜିତ୍ ରାଉତ,ସୋନୁ ତନ୍ତୀ, ଅନନ୍ତ ପଟ୍ଟନୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମସ୍ତ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଉରକେଲାରୁ କ୍ୟାମେରମ୍ୟାନ୍ ମୃତୁଞ୍ଜୟଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀ ଙ୍କ ରିପୋର୍ଟ୍ ସଂଘର୍ଷ ନ୍ୟୁଜ୍।