ରାଜଗାଙ୍ଗପୁର (ସଂଘର୍ଷ ମିଡିଆ ) : ରାଜଗାଙ୍ଗପୁର ପୌରପାଳିକା କାର୍ଯ୍ୟାଳୟ ରେ ଉଠା ଦୋକାନୀଙ୍କ ସହ ସେବା ଦଳ ପକ୍ଷରୁ ଅମରେଶ ପଣ୍ଡା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କଲେ ପ୍ରଥମତଃ ରାଜଗାଙ୍ଗପୁର ପୌରପାଳିକାର ପୂର୍ବ କାଉନ୍ସିଲ ର ଏକ ଅନୁରୋଧକୁ ତତ୍କାଳୀନ ମନ୍ତ୍ରୀ ତଥା ଓଡ଼ିଶାର ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗ୍ରହଣ କରି ଦୀର୍ଘ ଦିନର ପୂର୍ତ୍ତବିଭାଗ (PWD ) ର ଅଧୀନରେ ଥିବା ସରକାରୀ ଜମି କୁ ପୌରପାଳିକାକୁ ହସ୍ତାନ୍ତର କରିଥିଲେ, ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମଙ୍ଗଳା କିଷାନଙ୍କ ସହଯୋଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଠା ଦୋକାନୀ ମାନଙ୍କୁ ଥଇଥାନ ନିମନ୍ତେ 25 lakhs ଟଙ୍କା ପ୍ରଦାନ କରିଥିଲେ, ତଦନୁଯାୟୀ ରାଜଗାଙ୍ଗପୁର ପୌରପାଳିକା ଓ ରାଜଗାଙ୍ଗପୁର ପୂର୍ତ୍ତବିଭାଗର ଉପସ୍ଥିତ ରେ ପୌରପାଳିକା ଏହି ଜମିରେ ପାଚେରୀ ନିର୍ମାଣ କରିଥିଲା, ପରବର୍ତ୍ତୀ ସମୟରେ ଦୋକାନ ଘର ନିର୍ମାଣ କାର୍ଯ୍ୟ ପାଇଁ ପୌରପାଳିକା ତାର Tender ମଧ୍ୟ ଦେଇଥିଲେ, ପରବର୍ତ୍ତୀ ସମୟରେ ରାଜଗାଙ୍ଗପୁର ପୌରପାଳିକାକୁ ଅନେକ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ରାଜଗାଙ୍ଗପୁର ଆସିଲେ, କିନ୍ତୁ ଏହି କାର୍ଯ୍ୟ ଆଉ ଆରମ୍ଭ କରିଲେ ନାହିଁ, 2020 ମସିହା May ମାସରେ ଜିଲ୍ଲାପାଳ ଆସି ତତ୍କାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୌମେନ୍ଦ୍ର ରାଉତରାୟଙ୍କ ଉପସ୍ଥିତ ରେ ଏହି ଅଞ୍ଚଳ କୁ ପରିଦର୍ଶନ କରି ଦୋକାନ ଘର ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ପରବର୍ତ୍ତୀ ସମୟରେ ରାଉତରାୟ ଙ୍କ ବଦଳି ପରେ ବର୍ତ୍ତମାନ ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିନୋଦ ଚନ୍ଦ୍ର ପଣ୍ଡା ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବା କୁ ଯାଉଛନ୍ତି, ଏହି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେଲା, ସମସ୍ତ 48 ଉଠା ଦୋକାନୀ ମାନଙ୍କୁ ଶୃଙ୍ଖଳା ରକ୍ଷା କରି ମିଳି ମିଶି କାର୍ଯ୍ୟ କରିବା ପାଇଁ ଶ୍ରୀ ପଣ୍ଡା ଦୋକାନୀ ଭାଇ ମାନଙ୍କୁ ଅନୁରୋଧ କରିଛନ୍ତି, ଓ ପରବର୍ତ୍ତୀ ସମୟରେ ସେଇ ସ୍ଥାନରେ ଥଇଥାନ କରିବା ପାଇଁ ଶ୍ରୀ ପଣ୍ଡା ପ୍ରତିଶ୍ରୁତି ଦେଇଛନ୍ତି । ରାଜଗାଙ୍ଗପୁର ରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ ।