ଇଭିଏମ ଓ ଭିଭିପାଟ ର ଚୁଡାନ୍ତ ରାଣ୍ଡମାଇଜେସନ ଅନୁଷ୍ଠିତ

28

Get real time updates directly on you device, subscribe now.

ପୁରୀ( ସଂଘର୍ଷ ମିଡିଆ) : – ଆଜି ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ଇସିଆଇ ପ୍ରଦତ୍ତ ସଫ୍ଟୱେୟାର ମାଧ୍ୟମରେ ଇଭିଏମ ଓ ଭିଭିପାଟ ର ଚୁଡାନ୍ତ ରାଣ୍ଡମାଇଜେସନ କରାଯାଇଥିଲା।ନିର୍ବାଚନ କମିଶନର ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ ରେ ପ୍ରତିନ୍ଦ୍ୱଦିତା କରୁଥିବା ପ୍ରାର୍ଥୀ ବା ସେମାନଙ୍କ ପ୍ରତିନିଧି ମାନଙ୍କ ଉପସ୍ଥିତି ରେ ଏହି ରାଣ୍ଡମାଇଜେସନ ଅନୁଷ୍ଠିତ ହୋଇଥିଲା। ଭାରତର ନିର୍ବାଚନ କମିଶନ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଠାରୁ ମିଳିଥିବା ସମସ୍ତ ଇଭିଏମ ଓ ଭିଭିପାଟ କୁ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗରୁମ ରେ ରଖାଯାଇଥିଲା ଓ ପରବର୍ତ୍ତୀ ସମୟରେ ପ୍ରଥମ ରାଣ୍ଡମାଇଜେସନ ପରେ ଜଗନ୍ନାଥ ସଂସ୍କୃତି ୟୁନିଭରସିଟିରେ ବ୍ରହ୍ମଗିରି ଓ ପିପିଲି ଏବଂ କେନ୍ଦ୍ରୀୟ ବିଦ୍ୟାଳୟରେ ପୁରୀ ଓ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନୁସାରେ ରଖାଯାଇଥିଲା।ବର୍ତ୍ତମାନ ନିର୍ବାଚନ ମଣ୍ଡଳୀ ଅନୁସାରେ ଥିବା ଇଭିଏମ ଓ ଭିଭିପାଟର ଚୁଡାନ୍ତ ସ୍ତରୀୟ ରାଣ୍ଡମାଇଜେସନ କମ୍ପ୍ୟୁଟର ମାଧ୍ୟମରେ ଅନୁଷ୍ଠିତ କରାଗଲା। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ରାଣ୍ଡମାଇଜେସନ ମାଧ୍ୟମରେ ବାଲାଟ ୟୁନିଟ, କଣ୍ଟ୍ରୋଲ ୟୁନିଟ ଓ ଭିଭିପାଟର ସଂଯୁକ୍ତ ଓ ନିର୍ଦ୍ଦିଷ୍ଟ ବୁଥ ୱାରୀ ରାଣ୍ଡମାଇଜେସନ କରାଯାଇଛି।ପ୍ରଥମେ ପୁରୀ ଲୋକସଭା ଅନ୍ତର୍ଗତ ନୟାଗଡ଼, ରଣପୁର, ଚିଲିକା, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲି ନିର୍ବାଚନର ରାଣ୍ଡମାଇଜେସନ କରାଯାଇଥିଲା।ପରେ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲି ବିଧାନସଭା ନିର୍ବାଚନର ରାଣ୍ଡମାଇଜେସନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସାଧାରଣ ପର୍ଯ୍ୟବେକ୍ଷକ ଡା କୁନାଲ ପ୍ରକାଶ ଖେମନର,ଭିଡିଓ କନଫେରନ୍ସ ମାଧ୍ୟମରେ ନୟାଗଡ଼ ରୁ ଅନ୍ୟତମ ସାଧାରଣ ପର୍ଯ୍ୟବେକ୍ଷକ ଟି ଭି ସୁଭାଷ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ତଥା ୧୦୯-ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ଶରତ ଚନ୍ଦ୍ର ବେହେରା,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ୧୦୮-ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ପ୍ରିୟରଞ୍ଜନ ପୃଷ୍ଟି,ଉପଜିଲ୍ଲାପାଳ ତଥା ୧୦୭ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ଗୋପୀନାଥ କୁଅଁର,ଅତିରିକ୍ତ ଉପଜିଲ୍ଲାପାଳ ତଥା ୧୧୦-ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ନିଳମାଧବ ମାଝୀ, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ମନୀଷା ଷଡ଼ଙ୍ଗୀ,ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ର ଡିଆଇଓ ବିଶ୍ୱନାଥ ପଣ୍ଡା,ନିର୍ବାଚନ ରେ ପ୍ରତିନ୍ଦ୍ୱଦିତା କରୁଥିବା ପ୍ରାର୍ଥୀ ଓ ସେମାନଙ୍କ ପ୍ରତିନିଧି,ନିର୍ବାଚନ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।ଆସନ୍ତା କାଲି ପୂର୍ବାହ୍ନ ରେ ସଂପୃକ୍ତ ରିଟର୍ଣ୍ଣିଂ ଅଫିସର, ପ୍ରାର୍ଥୀ ବା ସେମାନଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗ ରୁମ ଖୋଲାଯାଇ ରାଣ୍ଡମାଇଜେସନ ର ନମ୍ବର ଆଧାରରେ ବୁଥ ୱାଇଜ ବିୟୁ,ସିୟୁ ଓ ଭିଭିପାଟକୁ ପେୟାରିଂ ବା ସଂଯୁକ୍ତ କରାଯିବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More