କଳାହାଣ୍ଡି ( ସଂଘର୍ଷ ମିଡିଆ ) : – କଳାହାଣ୍ଡି ଜିଲ୍ଲାର ଅନେକ ଦୁର୍ଗମ ଅଞ୍ଚଳରେ ଏବେ ମଧ୍ୟ ଭଲ ରାସ୍ତାଟିଏ ନାହିଁ । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି , କଳାହାଣ୍ଡି ଜିଲ୍ଲା-ଥୁଆମୂଳ ରାମପୁର ବ୍ଲକ , ତଲଝାପି ଗ୍ରାମପଞ୍ଚାୟତ ଅଧିନସ୍ଥ ତଳଝାପି ସମେତ ନିକେଶଯୋର , ଲାଞ୍ଜିଗଡ଼ , ଲୋହରା ଯୋର , ମସ୍କାଗୁଡ଼ା , ମୁନେସ ପଡ଼ା , ଜୁର୍କା ପଡ଼ା , ଉପରଝାପି , ଖମନ ପଡ଼ା , ଝାପିଗୁଡା ଗ୍ରାମର ଜନସାଧାରଣ ଙ୍କ ପାଇଁ ଏପରି ସମସ୍ୟା ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଥୁଆମୂଳ-ରାମପୁର ଗ୍ରାମପଞ୍ଚାୟତର ଇନ୍ଦ୍ରାବତୀ ନଦୀ ପ୍ରତିବନ୍ଧକ ସାଜିଥିବା ବେଳେ, ଏହି ଗାଁ ମାନଙ୍କୁ ନାହିଁ ସବୁଦିନିଆ ଭଲ ରାସ୍ତା । ତଳଝାପି ଗ୍ରାମପଞ୍ଚାୟତ ଓ ତାର ଗ୍ରାମ ଗୁଡିକୁ ଯିବା ପାଇଁ ଇନ୍ଦ୍ରାବତୀ ନଦୀ ତେନ୍ତୁଳି ଗଛ ଘାଟ ଠାରେ ଏକ ପୋଲ ସହିତ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ ପାଇଁ ଅନେକ ବର୍ଷରୁ ଦାବୀ ହେଉଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ପରିତାପର ବିଷୟ ବୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପରିକି ଦାବୀ ପୂରଣ ନହେବାରୁ ଅଂଚଳବାସୀ ଗତ ନିର୍ବାଚନରେ ଭୋଟ ବର୍ଜନ କରିଥିବା କହିଛନ୍ତି । ତଥାପି ଏହି ଗ୍ରାମପଞ୍ଚାୟତ ତଥା ଅଞ୍ଚଳକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି । ସୂଚନା ଯୋଗ୍ୟ ଯେ – ଏହି ଅଞ୍ଚଳକୁ ଗମନା ଗମନର ସୁବ୍ୟବସ୍ଥା କଲେ ବ୍ଲକ ମୁଖ୍ୟ କାର୍ଯ୍ୟାଳୟକୁ ଦୂରତା ହ୍ରାସ ପାଇବା ସହ ଜରୁରୀ କାଳୀନ ସେବା ଲୋକଙ୍କ ନିକଟରେ ସହଜରେ ପହଞ୍ଚି ପାରିବ ବୋଲି ଜନମାନସରେ ମତ ପ୍ରକାଶ ପାଇଛି । କଳାହାଣ୍ଡି ଜିଲ୍ଲା-ଧର୍ମଗଡ଼ରୁ ଲଷ୍ମୀ ରଂଜନ ବାଗଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ ।