କୁତ୍ରା (ସଂଘର୍ଷ ମିଡିଆ ) : କୁତ୍ରା ବ୍ଲକ ଅନ୍ତର୍ଗତ ଲାଞ୍ଜିବେର୍ଣ୍ଣl ୩ ନମ୍ବର କଲୋନୀରେ ବାସ କରୁଥିବା ବାସିଲ ବାର୍ଲା (୫୦) ମଣିପୁର ଠାରେ ଆସାମ ରାଇଫଲରେ କାର୍ଯ୍ୟକରୁଥିଲେ। ଗତ ୨୨ ତାରିଖ ଅପରାହ୍ନ ୩ ଟାରେ ହଠାତ ତାଙ୍କର ହୃତଘାତ ହେବାରୁ ତାଙ୍କୁ ସାଥି ଗଣ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଆସାମ ରାଏଫଲରେ କାର୍ଯ୍ୟରତ ୨ ଜଣ ଜବାନ ଅନୀଲ କୁମାର ଯେନା ଓ ଦିପକ ଆଇନ୍ଦ ତାଙ୍କ ମରଶରୀରକୁ ମଣିପୁରରୁ ଫ୍ଲାଇଟ୍ ଯୋଗେ ରାଞ୍ଚିକୁ ଆଣି ସେଠାରୁ ଗାଡିରେ ଗତକାଲି ବିଳମ୍ବିତ ରାତ୍ରୀରେ ଲାଞିବେର୍ଣାରେ ପହଞ୍ଚି ପରିବାର ବର୍ଗଙ୍କୁ ତ୍ରିରଙ୍ଗା ପତାକା ସହ ଅର୍ପଣ କରିଥିଲେ। ଆଜି ତାଙ୍କ ଜନ୍ମ ମାଟିରେ ପାରମ୍ପରିକ ଭାବେ ତାଙ୍କୁ ତ୍ରିରଙ୍ଗା ପତାକାରେ ଘୋଡାଇ ସମ୍ମାନର ସହ ଅନ୍ତିମ ବିଦାୟ ଦେଇ ଶେଷକୃତ୍ୟ ସଂପନ୍ନ ହୋଇଛି । ସ୍ଥାନିୟ ସରପଞ୍ଚ ଙ୍କ ସମେତ ପରିବାର ସ୍ବଜନ ଉପସ୍ଥିତ ରହି ତାଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି ।୫୦ ବର୍ଷୀୟ ଏହି ଜବାନଙ୍କ ଅକାଳ ବିୟୋଗକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।