ପୁରୀ(ସଂଘର୍ଷ ମିଡିଆ) : – ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵସର୍ମା ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଚନ୍ତି। ଦର୍ଶନ କରିବା ପରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱସର୍ମା ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆଜି ଓଡ଼ିଶାରେ ବିଜେପି ସରକାର ଗଠନ ହେବା 6 ମାସ ପୂରଣ ହେଲା। ଆଜି ମୋର ସୌଭାଗ୍ୟ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ସୁଯୋଗ ମିଳିଲା। ମୁଁ ଓଡ଼ିଶାବାସୀଙ୍କୁ ବହୁତ୍ ବହୁତ୍ ଅଭିନନ୍ଦନ ଦେଉଚି। ମହାପ୍ରଭୁଙ୍କ କୃପାରୁ ଜଗତରେ ଶାନ୍ତି ପ୍ରତିଷ୍ଠା ହେଉ, ଭାରତରେ ଶାନ୍ତି ରହୁ ଓ ସବୁ ଲୋକ ଖୁସି ରୁହନ୍ତୁ ଏହି କଥା ମୁଁ ଆଜି ମହାପ୍ରଭୁଙ୍କୁ ପ୍ରାର୍ଥନା କଲି। ତେବେ ପଡୋଶୀ ଦେଶ ବାଂଲାଦେଶରେ ହିନ୍ଦୁଙ୍କ ଆକ୍ରମଣ ଘଟଣା ବହୁତ ଚିନ୍ତାର ବିଷୟ। ଯାହାବି ବାଂଲାଦେଶରେ ଘଟୁଚି ଯେତେ ଥର ନିନ୍ଦା କଲେ ତାହା କମ ହେବ। ସଂଖ୍ୟାଲଘୁଙ୍କୁ କିଭଳି ସୁରକ୍ଷା ଦିଆଯାଏ କେବଳ ଭାରତରେ ହିଁ ଆପଣ ଦେଖି ପାରିବେ। ବାକି ଯାହା ଦେଶ ରହିଚି ପାକିସ୍ତାନ ହେଉକି ବାଂଲାଦେଶ ହେଉ ହିନ୍ଦୁ ହେଉ କି ସେହି ଦେଶର ସଂଖ୍ୟା ଲଘୁ ମାନେ ସୁରକ୍ଷିତ ନୁହନ୍ତି। ଯାହାବି ବାଂଲାଦେଶରେ ହେଉଛି ତାହା ବହୁତ୍ ଦୁଃଖର ବିଷୟ। କିନ୍ତୁ ମୋର ବିଶ୍ବାସ ରହିଛି ପ୍ରଧାନମନ୍ତ୍ରୀ କୂଟନୀତି ଦ୍ଵାରା କିଛି ନା କିଛି ସମାଧାନ ବାହାର କରିବେ। ଆମ ହିନ୍ଦୁଙ୍କ ସୁରକ୍ଷା ପାଇଁ ସେ ନିଶ୍ଚିତ କାର୍ଯ୍ୟ କରିବେ। ଆମ ଆସାମର ସୀମାରେ ବାଂଲାଦେଶ ଅଛି। ଏଥି ପାଇଁ ଆମର ଅଧିକ ଚିନ୍ତା ରହିଚି। ମୁଁ ଆମ ହିନ୍ଦୁ ସୁରକ୍ଷା ପାଇଁ କେବଳ ପ୍ରାର୍ଥନା କରି ପାରିବି। ଆମେ ତାଙ୍କ ସହ ଦୃଢ଼ ଭାବେ ରହିଚୁ। ଏବେ ଆମର ପ୍ରଧାନମନ୍ତ୍ରୀ ଆମର ବୈଦେଶିକ ସଚିବଙ୍କୁ ବାଂଲାଦେଶ ପଠାଇଥିଲେ। ମୋର ଦୃଢ଼ ବିଶ୍ୱାସ ରହିଛି ଏହା ଦ୍ବାରା କିଛି ସମାଧାନ ବାଟ ବାହାରିବ। ତେବେ ରାହୁଲ ଗାନ୍ଧୀ ହୁଅନ୍ତୁ ଅବା କଂଗ୍ରେସର ଭିତ୍ତିଭୂମି କେବେବି ହିନ୍ଦୁଙ୍କ ପକ୍ଷରେ ନାହାନ୍ତି। ଏହି ଲୋକଙ୍କ ପାଇଁ ଆମ ଦେଶରେ ଅସ୍ଥିରତା ଆସୁଛି। ଏମାନେ ହିନ୍ଦୁଙ୍କ ପାଇଁ କେବେ ନ ଥିଲେ। ଆଗାମୀ ଦିନ ରେ ମଧ୍ୟ ସେମାନେ ହିନ୍ଦୁ ସମାଜର ସୁରକ୍ଷା ପାଇଁ କିଛି କରିବେନି। ତେବେ ଏକ ଦେଶ ଏକ ନିର୍ବାଚନ ଏକ ଭଲ ପଦକ୍ଷେପ। ଓଡ଼ିଶାବାସୀ ଏବେ ଗୋଟେ ଥରରେ ଉଭୟ ବିଧାନସଭା ଓ ପାର୍ଲାମେଣ୍ଟ ପାଇଁ ନିର୍ବାଚନରେ ସାମିଲ ହୋଇଥିଲେ। ବାରମ୍ବାର ଓଡ଼ିଶାବାସୀଙ୍କୁ ନିର୍ବାଚନକୁ ଯିବାକୁ ପଡୁନାହିଁ। କିନ୍ତୁ ଆମ ଆସାମରେ ଏକଥରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉନାହିଁ। ଏହା ଦ୍ବାରା ନିର୍ବାଚନ ଆଚରଣ ବିଧି ଯୋଗୁଁ ଅନେକ ବିକାଶ ମୂଳକ କାର୍ଯ୍ୟ ହୋଇ ପାରୁନି। ଏଥି ପାଇଁ ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ଦେଶରେ ଏକ ଦେଶ ଏକ ନିର୍ବାଚନ ହେଉ। ଆମେ ଏହାକୁ ପୁରା ସମର୍ଥନ କରିଚୁ। ତେବେ ବିଜେଡ଼ିର ଇତିହାସ ଶେଷ ହୋଇ ଯାଇଚି । ଓଡ଼ିଶାରେ ବିଜେପି ସରକାର୍ ଭଲ କାର୍ଯ୍ୟ କରୁଚି। ଆଗାମୀ 50 ବର୍ଷ ପାଇଁ ଓଡ଼ିଶା ରେ ବିଜେପି ହିଁ ଅଛି ତାହାକୁ ନେଇ ଚିନ୍ତା କରିବାର ନାହିଁ। ତେବେ ଆମ ଆସାମ ଓ ତ୍ରିପୁରା ରେ ବାଂଲାଦେଶ ଅନୁପ୍ରବେସକାରୀଙ୍କୁ ଆମେ ସବୁଦିନ ଧରୁଚୁ। ତେବେ ପଶ୍ଚିମବଙ୍ଗରେ ଯେତେଦିନ ଯାଏ ଅନୁପ୍ରବେଶକାରୀଙ୍କୁ ଧରାନଜାଇଛି ସେ ପର୍ଯ୍ୟନ୍ତ ଦେଶରେ ଏହି ସମସ୍ୟା ବଢ଼ି ଚାଲିବ। ତେବେ ଦେଶରେ ଏନ୍ ଆର ସି ଲାଗୁ ହେବା ଉଚିତ୍। ତେବେ ଆମେ ଆସାମରେ ଏହି ନିୟମ କରିଚୁ। ଯାହାର ଆଧାର କାର୍ଡ ଦରକାର୍ ସେ ଏନ୍ ଆର ସି ରେଜିଷ୍ଟ୍ରେସନ ପ୍ରଥମେ ହେବା ଉଚିତ୍। ଏନ ଆର ସି ରେ ନାମ ନଥିଲେ ଆମେ ଆଧାର କାର୍ଡ ଦେବୁ ନାହିଁ। ଏଣୁ ମୁଁ ଚାହୁଁଛି ସାରା ଦେଶରେ ଏନ୍ ଆର ସି ଲାଗି ହେଉ। ଲୋକଙ୍କ ପରିଚୟ ରହୁ। ଯାହା ଦ୍ଵାରା ଆମେ କିଏ ଭାରତୀୟ ଓ କିଏ ଅନୁପ୍ରବେଶ କାରୀ ତାହା ଜଣାପଡ଼ିବ।