ଆସନ୍ତା ୫ ତାରିଖରେ ହେବ ବାଣ ବିସ୍ଫୋରଣର ଆପତ୍ତି ଅଭିଯୋଗ ଗ୍ରହଣ

49

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ) : – ନରେନ୍ଦ୍ର ପୋଖରୀ ରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସମୟରେ ବାଣ ବିସ୍ଫୋରଣ ର ତଦନ୍ତ ଦାୟିତ୍ୱ ସରକାରଙ୍କ ପକ୍ଷରୁ ଏସଆରସିଙ୍କୁ ଦିଆଯାଇଛି।ଚଳିତ ମାସ ୫ ତାରିଖ ଅପରାହ୍ନ ୩ ଘଟିକା ଠାରୁ ୭ ଘଟିକା ପର୍ଯ୍ୟନ୍ତ ଏସଆରସି ପୁରୀ ସର୍କିଟ ହାଉସ ଠାରେ ବିଭିନ୍ନ ବ୍ୟକ୍ତି ବିଶେଷ, ପ୍ରତ୍ୟକ୍ଷଦର୍ଶୀ, ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ଠାରୁ ବିସ୍ଫୋରଣ ସମ୍ପର୍କରେ ଆପତ୍ତି ଅଭିଯୋଗ ର ଶୁଣାଣି କରିବେ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି।କେଉଁ ପରିସ୍ଥିତି ରେ ଏପରି ଘଟଣା ଘଟିଲା ଓ ଭବିଷ୍ୟତରେ ଏହାକୁ କିପରି ପ୍ରତିହତ କରାଯାଇ ପାରିବ ସେଥିପାଇଁ ତଦନ୍ତ କରାଯିବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More