କେନ୍ଦ୍ରାପଡା ( ସଂଘର୍ଷ ମିଡିଆ ) : ଆସନ୍ତା ୨୩ ତାରିଖରେ ରାଜଧାନୀ ଭୂବନେଶ୍ବରର ମହାତ୍ମାଗାନ୍ଧୀ ମାର୍ଗରେ ବିଶାଳ କୃଷକ ସମାବେଶ ହେବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ଚାଷୀ ଘାତକ ୩ଟି କୃଷି ବିଲ୍ କୁ ପ୍ରତ୍ୟାହାରକରିବା, ବିଦ୍ୟୁତ ଆଇନ ପ୍ରତ୍ୟାହାରକରିବା, ଏମ୍ ଏସ୍ ପି ପାଇଁ ନୂତନ ଆଇନ ପ୍ରଣୟନ କରିବା ଦାବି ପାଇଁ କୃଷକ ଲଢେଇ କରୁଛି । ସାରା ରାଜ୍ୟରେ ଜନ ଜାଗରଣ ପାଇଁ ଗତ ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି କୃଷକ ଅଧିକାର ଯାତ୍ରା କେନ୍ଦ୍ରାପଡା ଜିଲ୍ଲାରେ ପହଞ୍ଚିଛି । କେନ୍ଦ୍ରାପଡାର ପୁରୁଣା ମଟରଷ୍ଟାଣ୍ଡ ନିକଟରେ ଥିବା ଗାନ୍ଧୀଙ୍କ ପ୍ରତିମୁର୍ତ୍ତି ନିକଟରେ ଏହି କୃଷକ ଅଭିଯାତ୍ରୀମାନଙ୍କର ଏକ ଜନଯାଗରଣ ସଭା ଅନୁଷ୍ଠିତ ହୋଇଛି । କେନ୍ଦ୍ର ସରକାରଙ୍କ ଉପରେ ଏକ ଜବରଦସ୍ତ ଚାପ ସୃଷ୍ଟି କରିବାକୁ ହଜାରହଜାର ସଂଖ୍ୟା CVରେ ଚାଷୀ ଓ ଶ୍ରମିକ ମାନେ ଆସନ୍ତା କେନ୍ଦ୍ରାପଡ଼ା୨୩ ତାରିଖରେ ଭୁବନେଶ୍ବରରେ ଏହି କୃଷକ ଅଧିକାର ସମାବେଶରେ ଯୋଗଦେବାକୁ ନିବେଦନ କରିଛନ୍ତି କୃଷକ ନେତମନେ। କେନ୍ଦ୍ରାପଡ଼ାରୁ ବଳରାମ ବେହେରାଙ୍କ ରିପୋର୍ଟ ।
Get real time updates directly on you device, subscribe now.