ଆସନ୍ତା ଜୁନ ମାସ ୨୨ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି, ଏନେଇ ପ୍ରସ୍ତୁତି ଆରମ୍ଭ

47

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଆସନ୍ତା ଜୁନ ମାସ ୨୨ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି।ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀ ମନ୍ଦିର ପ୍ରଶାସନ। ସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୁଙ୍କ ଅଣସର ନିତି ଥିବାରୁ ମହାପ୍ରଭୁ ଙ୍କ ଗୁପ୍ତ ନୀତି ପାଇଁ ଆବଶ୍ୟକ ସାମଗ୍ରୀ ଅଣାଯାଉଛି।ଏଥି ମଧ୍ୟରୁ ଅନ୍ୟତମ ବାସୁଙ୍ଗା ପାଟ ଶ୍ରୀକ୍ଷେତ୍ର ରେ ଆସି ପହଞ୍ଚିଛି। ଅନବସର ରେଘଣା ଲାଗି ସମୟରେ ବାସୁଙ୍ଗା ପାଟ ର ଆବଶ୍ୟକ ଥିବାରୁ ଏହି ପାଟକୁ ଆଣାଯାଇଛି।ମୋଟ ୩କୁଇଣ୍ଟାଲ ବାସୁଙ୍ଗା ପାଟ ଶ୍ରୀ ମନ୍ଦିର ପ୍ରଶାସନ ପାଖରେ ପହଞ୍ଚିଛି। କଟକ ଜିଲ୍ଲା ତିଗିରିଆର ନୂଆପାଟଣା ଅଞ୍ଚଳରୁ ଏହି ସ୍ଵତନ୍ତ୍ର ବାସୁଙ୍ଗା ପାଟ ଅଣାଯାଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦାଖଲ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆପାଟଣାର ଟସର ବ୍ୟବସାୟୀଙ୍କୁ ବାସୁଙ୍ଗା ପାଟ ଲାଗି ବରାଦ ଦିଆଯାଇଥିଲା। ପୂର୍ବରୁ ଏହି ପାଟର ଗୁଣବତ୍ତା ଚିହ୍ନଟ ଲାଗି ସେବାୟତଙ୍କୁ ଦାୟିତ୍ୱ ଦିଆଯାଇଥିଲା। ତେବେ ଗୁଣବତ୍ତା ଜାଞ୍ଜ ପରେ ବାସୁଙ୍ଗା ପାଟଶ୍ରୀ କ୍ଷେତ୍ରରେ ପହଞ୍ଚିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More