ଆସନ୍ତାକାଲି ଭୋଟ ଗଣତି ପାଇଁ ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି

74

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଆସନ୍ତାକାଲି ଭୋଟ ଗଣତି ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି ହୋଇଛି।ସହରର ଦୁଇଟି ସ୍ଥାନ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ପୁରୀ ଓ ସତ୍ୟବାଦୀ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରସରେ ବ୍ରହ୍ମଗିରି, ନିମାପଡା, କାକଟପୁର ଓ ପିପିଲି ନିର୍ବାଚନ ମଣ୍ଡଳୀ ଭୋଟ ଗଣତି ହେବ।ଚଳିତ ବର୍ଷ ପୁରୀ ଜିଲ୍ଲାରେ ୭୬.୫୪ ପ୍ରତିଶତ ମତଦାନ ହୋଇଛି । ଏହା ମଧ୍ୟରୁ ବ୍ରହ୍ମଗିରିରେ ସର୍ବାଧିକ ୮୧.୨୫ ଓ ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବନିମ୍ନ ୬୭.୨୪ ପ୍ରତିଶତ ମତଦାନ ହୋଇଛି। ଉଭୟ ଲୋକସଭା ଓ ବିଧାନସଭା ପାଇଁ ପୃଥକ ୧୦ ଟି ଟେବୁଲରେ ହେବ ଭୋଟ ଗଣତି।ସର୍ବାଧିକ ୨୮ ରାଉଣ୍ଡ ଭୋଟ ଗଣତି ହେବ।ପୋଷ୍ଟଲ ବ୍ୟଲେଟ ପାଇଁ ପ୍ରତ୍ୟକ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ୫ଟି ଟେବୁଲର ବ୍ୟବସ୍ଥା ହୋଇଛି।କାଉଣ୍ଟିଙ୍ଗ ସେଣ୍ଟର ଚତୁଃପାର୍ଶ୍ଵରେ ୧୪୪ ଧାରା ଜାରୀ କରାଯାଇଛି। କାଉଁଟିଙ୍ଗ ହଲ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି ନଜରରେ ରହିବ।୩ଟି କାଉଁଟିଙ୍ଗ ହଲ ପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସ,୨ କମ୍ପାନୀ ସିଏପିଏଫ ,୨ ପ୍ଲାଟୁନ ସିଆରପିଏଫ ମୁତୟନ କରାଯାଇଛିତେଵେ ଆସନ୍ତା କାଲି ବିଜୟ ଶୋଭାଯାତ୍ରା ପାଇଁ କୌଣସି ରାଜନୈତିକ ଦଳ ପକ୍ଷରୁ ଆବେଦନ ହୋଇନାହିଁ।ତେବେ ବାଣ ଫୁଟାଇବା ପାଇଁ କୌଣସି ଅନୁମତି ଦିଆଯିବ ନାହିଁ।ଏ ନେଇ ଆଜି ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More