ପୁରୀ (ସଂଘର୍ଷ ମିଡିଆ ) : ଆସନ୍ତାକାଲି ଠାରୁ ସ୍ଵର୍ଗଦ୍ୱାର ପୁରୀ ଜିଲ୍ଲା ବାହାର ଲୋକଙ୍କ ପାଇଁ ବନ୍ଦ କରାଯିବ। ଦିନକୁ ଦିନ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାକୁ ନଜରକରି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷପ ନିଆଯିବ। । ପୁରୀକୁ ଅଧିକରୁ ଅଧିକ ଶବ ସଂସୄକାର ପାଇଁ ବିଭିନ୍ନ ଜିଲ୍ଲାରୁ ଆସୁଛନ୍ତି ତେଣୁ ଏହି ସ୍ଥାନରେ କୋଭିଡ ବ୍ୟାପିବାର ଆଶଙ୍କା ରହିଛି । ତେଣୁ ତାକୁ ଦୃଷ୍ଟିରେ ରଖି ଏଭଳି ବ୍ୟବସ୍ଥା ନେବାକୁ ବାଧ୍ୟ ହେଉଛନ୍ତି ଜିଲ୍ଲାପ୍ରଶାସନ। କୋଭିଡ ରୋଗୀ ଶବସଂସ୍କାର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହା ସହ ଅସ୍ତିବିର୍ସଜନ ଉପରେ ମଧ୍ୟ କଟକଣା ଲାଗିପାରେ। ବିଶେଷକରି ମହୋଦଧିରେ ଅସ୍ତି ବିର୍ସଜନ ଏବଂ ଶ୍ରାଦ୍ଧ କରିବାପାଇଁ ବିଭିନ୍ନ ଜିଲ୍ଲାରୁ ଲୋକମାନେ ଆସିଥାନ୍ତି । ତେଣୁ କୋଭିଡ ସମୟରେ ଏତେ ସଂଖ୍ୟାରେ ଲୋକଙ୍କୁ ଦୂରରେ ରଖିବାପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।