ଆର୍ଥିକ ଅବସ୍ଥା ଖରାପ ଯୋଗୁ ବିକଳାଙ୍ଗ ହୋଇ ପଡିରହିଲେ କରନ ପ୍ରଧାନ

47

Get real time updates directly on you device, subscribe now.

କନ୍ଧମାଳ ( ସଂଘର୍ଷ ମିଡିଆ ) :-କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅଞ୍ଚଳରେ ଥିବା ଗୁମାମାହା ପଞ୍ଚାୟତର ବlଡାଯିରି ଗ୍ରାମରେ କରନ ନାମକ ଶିଶୁଟି ଜନ୍ମ ହେବା ଠାରୁ ଆଜିକୁ ପାଞ୍ଚ ବର୍ଷ ହେଲାଣି ; କିନ୍ତୁ ତାଙ୍କ ଦେହରେ ଥିବା  ରୋଗଟି ମରିଲାନାହିଁ  । ଏବେସୁଧା ବିକଳାଙ୍ଗତା ଅବସ୍ଥା  ରେ ପଡିରହିଲେ  ଶିଶୁ କରନ ପ୍ରଧାନ । ରୋଗଟି ନମରିବା ହେତୁ ବହୁ ଦୁଃଖରେ ଜୀବନ ବିତଉଛନ୍ତି କରନ । ଅନେକ ସୋମୋସିଆଁରେ  ସମୁଖୀନ ହେଉଥିବା ହେତୁ ନା ଭଲସେ ଖାଈ ପାରୁଛନ୍ତି ନା ଭଲରେ ଖେଳି ପାରୁଛନ୍ତି । ଏକ ମାତ୍ର ପୁଅ କରନ ପ୍ରଧାନଙ୍କ ଦୁଃଖ କୋଷ୍ଟରେ ଉପଭୋଗ କରୁଥିବା ଦେଖି ସହି ନପାରି ମାଁ ସଭ୍ୟବତୀ ପ୍ରଧାନ ଏବଂ ବାପା କୁବେରୋ ପ୍ରଧାନ ତାଙ୍କ ପୁଅଙ୍କ ଦେହ  ଚିକିତ୍ସା ପାଇଁ ମୁଖ୍ୟ ଚିକତ୍ସାଳୟ ପୁଲବାଣୀକୁ  ନେଇଥିଲେ କିନ୍ତୁ ସଠିକ ଚିକିତ୍ସା ନପାଇବାରୁ ଭୁବନେଶ୍ୱର ଏବଂ ବ୍ରହ୍ମପୁର ଚିକିତ୍ସାଲୋୟକୁ ମଧ୍ୟ  ନିଆଯାଇଥିଲା । ଏମିତିକି  ଚିକିତ୍ସାଲଲୋୟରୁ ଚିକିତ୍ସାଲୋୟ ବିଭିନ ସ୍ଥାନକୁ ନେଲା ପରେ ମଧ୍ୟ ଦେହରେ ରୋଗଟି ମରିଲାନାହିଁ ।  ଆର୍ଥିକ ଅଭାବ ଅସୁବିଧା ଯୋଗୁ ଘରେ ହିଁ ପୋଡିରହିଲେ କରନ; ମାର ସ୍ଵପ୍ନଟି ରହିଲାଯେ  କରନଙ୍କ ଦେହ କେବେ ଠିକ ହେବ । ଏବେସୁଧା  ମାର ଆଖିରୁ ଲୁହ ଝରଣା ପରି ଝରି ଝରି ଗଲାଣି କିନ୍ତୁ କରନଙ୍କ  ଦେହ ଏପର୍ଯ୍ୟନ୍ତ ଅସୁସ୍ଥରେହିଁ  ପଡି ରହିଛି । ଅଞ୍ଚଳବାସୀ ସରକାରଙ୍କୁ  ଅନୁରୋଧ  କରିଛନ୍ତିଯେ ତୁରଂତ ଏହି ଶିଶୁ ପାଇଁ ପ୍ରଶାସନ ପଦକ୍ଷେପ ନେଲେ ଶିଶୁଟି ଚିର ଉପକୃତ ହେବ । ହେଲେ ଏଠି ପ୍ରଶ୍ନ ଉଠୁଛିଯେ ଆମର ଏହି ଖବର ଟି ପ୍ରକାଶ ହେଲାପରେ କଣ ପ୍ରଶାସନ ପଦକ୍ଷେପ ନେବାର ସମ୍ଭାବନା ଅଛି ନା ନାହିଁ…??  ଖାଲି ଦେଖିବାକୁ ବାକି ରହିଲା ସେହି ମାର ଲୁହ କେବେ ବନ୍ଦ ହେବ । ରାଇକିଆରୁ ମୋନିଆବତୀ ପ୍ରଧାନଙ୍କ ସହ ବାଲିଗୁଡାରୁ ଉତ୍ତମ ନାଥ ଦିଗାଲଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More