କେନ୍ଦ୍ରାପଡ଼ା (ସଂଘର୍ଷ ମିଡିଆ) : – କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ମହିଳା ସରପଞ୍ଚ ତଥା ପଟ୍ଟାମୁଣ୍ଡାଇ ବ୍ଲକ ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀଙ୍କ ଭଉଣୀ ସୌଦାମିନୀ ସେଠି ଆଉ ନାହାନ୍ତି। ଏଇ କେଇଦିନ ହେବ ସରପଞ୍ଚ ସୌଦାମିନୀ ଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ଭୁବନେଶ୍ବର ଘରୋଇ ହସ୍ପିଟାଲ କୁ ନେଇଥିଲେ। ଚିକିତ୍ସା ହୋଇ ବଡପଡା ସ୍ଥିତ ବାସ ଭବନକୁ ଆସିଥିଲେ ଗତକାଲି ଅର୍ଥାତ୍ ସୋମବାର ଦିନ ଶରୀର ଅସୁସ୍ଥ ହେବାରୁ ତାଙ୍କୁ ପୁନର୍ବାର ହସ୍ପିଟାଲ ନେଇଥିଲେ କିନ୍ତୁ ବଡପଡା ସରପଞ୍ଚ ସୌଦାମିନୀ ସେଠି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଏ ଖବରପାଇ ପାଇବା ପରେ ପଞ୍ଚାୟତ ରେ ଶୋକାକୁଳ ପରିବେଶ, ପଞ୍ଚାୟତ ବାସୀ ସରପଞ୍ଚ ସୌଦାମିନୀ ଙ୍କ ମରଶରୀରକୁ ଅପେକ୍ଷା କରି ରହିଛନ୍ତି।
ପଟ୍ଟାମୁଣ୍ଡାଇ ରୁ ଶକ୍ତି ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍
Get real time updates directly on you device, subscribe now.