ଆରଡି ସେବାୟତଙ୍କ ପକ୍ଷରୁ ସରକାରୀ ସହାୟତା ଦାବୀରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

42

Get real time updates directly on you device, subscribe now.

ଭଦ୍ରକ (ସଂଘର୍ଷ ମିଡିଆ ) :କରୋନା ମହାମାରୀକୁ ରୋକିବା ପାଇଁ ରାଜ୍ୟ ସରକାର ଲଗାଇ ଥିବା କଡା କଟକଣା ଯୋଗୁ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଦୀର୍ଘ 15 ମାସ ହେବ ବନ୍ଦ ରହିଛି ।କେବଳ ବାବା ମଣିଙ୍କ ସେବା ପୂଜା ଚାଲିଛି. ଗାଡିମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ପୀଠକୁ କୌଣସି ଭକ୍ତ ଆସୁ ନାହାନ୍ତି. ଫଳରେ ସେବାୟତ ମାନଙ୍କ ଜୀବିକା ବିପନ୍ନ ହୋଇ ପଡିଛି । ମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ କୌଣସି ସହାୟତା ଏପର୍ଯ୍ୟନ୍ତ ଦିଆ ଯାଉ ନାହିଁ କି ତାଙ୍କ ସମସ୍ୟା ମଧ୍ୟ ବୁଝା ଯାଉ ନାହିଁ. ତେଣୁ ଏଠାରେ ଥିବା ୫ ଶହ ସେବାୟତଙ୍କ ପରିବାର ଏବେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି. କିନ୍ତୁ ପ୍ରତେକ ଦିନ ବାବାମଣିଙ୍କ ନୀତିକ୍ରାନ୍ତି ଟଙ୍କା ଖର୍ଚ୍ଚ କରି କରୁଛନ୍ତି. ପୀଠକୁ କରୋନା କଟକଣା ଯୋଗୁ କେହି ଭକ୍ତ ଆସୁ ନାହାନ୍ତି। ତେଣୁ ରାଜ୍ୟ ସରକାର ସେବାୟତ ମାନଙ୍କର ସମସ୍ୟା ଉପରେ ଗୁରୁତ୍ଵ ଦେଇ ପ୍ରତି ପରିବାରକୁ ସହାୟତା କରିବା ପାଇଁ ସେମାନେ ଦାବି କରିଛନ୍ତି । ତେଣୁ ସେମାନେ ଆଜି ଭଦ୍ରକ ଆସି ଭଦ୍ରକ ଜିଲ୍ଲାପାଳ ଅନୁପସ୍ଥିତିରେ ଉପଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ଭେଟି ନିଜର ସମସ୍ୟା ଜଣାଇ ସହାୟତା ପାଇଁ ଏକ ଦାବି ପତ୍ର ଦେଇଛନ୍ତି । ଯଦି ସେବାୟତ ମାନଙ୍କ ସମସ୍ୟାକୁ କେହି ନ ବୁଝନ୍ତି ତେବେ ସେମାନେ ଆଗାମୀ ଦିନରେ ନିଜ ପରିବାର ସହିତ ଆସି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେବା ସହିତ ଆବଶ୍ୟକ ହେଲେ ନବୀନ ନିବାସ ଯାଇ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More