ଆମ୍ବୁଲାନ୍ସ ଜୀ ପି ଏସ୍ ଅଫ ରୁଟ କରି ପ୍ରତିବାଦ ଆରମ୍ଭ କରିଛନ୍ତି 108 ଆମ୍ବୁଲାନ୍ସ କର୍ମଚାରୀ

31

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ 108 ଆମ୍ବୁଲାନ୍ସ କର୍ମଚାରୀମାନେ ଆମ୍ବୁଲାନ୍ସ ଜୀ ପି ଏସ ଅଫ ରୁଟ କରି ପ୍ରତିବାଦ ଆରମ୍ଭ କରିଛନ୍ତି।ସେମାନଙ୍କ ଦାବୀ ଗୁଡିକ ହେଲା କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀ ମାନଙ୍କୁ ନୂତନ କମ୍ପାନୀରେ ନିର୍ଯୁକ୍ତି ଦିଆଯାଉ।କାର୍ଯ୍ୟ କରିବାର ସଠିକ ସମୟ ଓ ପାରିଶ୍ରମିକ ନିର୍ଦ୍ଧାରଣ କରାଯାଉ।ଯଦି କୌଣସି କର୍ମଚାରୀ ଓଭର ଡିଉଟି କରୁଛନ୍ତି 1 ଘଣ୍ଟା କୁ ପାରିଶ୍ରମିକ ନିର୍ଦ୍ଧାରଣ କରାଯାଉ। 108 ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଠିକା ସଂସ୍ଥାରୁ ମୁକ୍ତ କରାଇ ନିୟମିତ କରାଯାଉ। 12 ଘଣ୍ଟାର କାର୍ଯ୍ୟକୁ 12 ଘଣ୍ଟାର ପ୍ରାପ୍ୟ ଦିଆଯାଉ।ଏହିଭଳି ବିଭିନ୍ନ ସମସ୍ୟା ରହିଛି ବୋଲି 108 ଆମ୍ବୁଲାନ୍ସ କର୍ମଚାରୀ ସଂଘ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗଜପତିରୁ ବିବେକାନନ୍ଦ ବେହେରା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More