ପାରାଦୀପ ( ସଂଘର୍ଷ ମିଡିଆ ) : ପାରାଦୀପ ପୌର ପାଳିକା କାର୍ଯ୍ୟଳୟ ସମ୍ମୁଖରେ ଏକ ଆମ୍ବୁଲାନ୍ସର ଶୁଭାରମ୍ଭ ହୋଇଛି। ପାରାଦୀପରେ କାର୍ଯ୍ୟ କରୁଥିବା ଏଲ୍ ଆଣ୍ଡ ଟି ହାଇଡ୍ରୋ କାର୍ବନ ଇଞ୍ଜିନିୟରିଂ ଆଣ୍ଡ ଏଲ୍ ଆଣ୍ଡ ଟି ଚିଆଡା ଲିମିଟେଡ଼ ପକ୍ଷରୁ ସିଏସ୍ଆର୍ ଆକ୍ଟିଭିସଟ୍ ଜରିଆରେ ପୌର ପାଳିକାକୁ ଏହି ଆମ୍ବୁଲାନ୍ସକୁ ହସ୍ତାନ୍ତର କରାଯାଇଛି, ଏହି ଆମ୍ବୁଲାନ୍ସ କୁ ମୂଖ୍ୟ ଅତିଥି ଭାବେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ , ଅନ୍ୟ ଅତିଥି ଭାବେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧିର୍, ପୌର ନିର୍ବାହୀ ଅଧିକାରୀ ସୌମେନ୍ଦ୍ର ରାଉତରାୟ, ଓ ଏଲ୍ଆଣ୍ଡଟି ହାଇଡ୍ରୋ କାର୍ବନ ଲିମିଟେଡ଼ ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ପତାକା ଦେଖାଇ ଆମ୍ବୁଲାନ୍ସର ଶୁଭାରମ୍ଭ କରିଥିଲେ। ତେବେ ଏହି ଆମ୍ବୁଲାନ୍ସ ଅତ୍ୟାଧୁନିକ ଓ ଖାସ କରି କୋଭିଡ୍ ରୋଗୀଙ୍କ ପାଇଁ କାର୍ଯ୍ୟରେ ଲାଗି ପାରିବ ବୋଲି କମ୍ପାନୀ ଅଧିକାରୀ କହିଛନ୍ତି।