ଆବାସ ଅପେକ୍ଷାରେ ଦୁଇ ନାବାଳିକାଙ୍କ ସହ ଅସହାୟ ବିଧବା ମା

45

Get real time updates directly on you device, subscribe now.

କଳାହାଣ୍ଡି (ସଂଘର୍ଷ ମିଡିଆ ) : – ଗରିବଙ୍କୁ ପକ୍କା ଘର ଯୋଗାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କାର ଯୋଜନା ପ୍ରଣୟନ କରିଛନ୍ତି । ଇନ୍ଦିରା ଆବାସ ଯୋଜନା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଭଳି ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପ୍ରକୃତ ଗରିବଙ୍କୁ ଚୟନ କରି ହିତାଧିକାରୀ ସୂଚୀରେ ଅନ୍ତର୍ଭୁକ୍ତ କରାଯାଇ ଘର ଖଣ୍ଡିକ ଯୋଗାଇ ଦିଆଯାଇଛି । କିନ୍ତୁ ତ୍ରୁଟିପୂର୍ଣ୍ଣ ସର୍ଭେ ଯୋଗୁଁ ଅନେକ ଗରିବ ପରିବାର ଏହି ଯୋଜନାରୁ ବହୁ ଦୂରରେ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି – କଳାହାଣ୍ଡି ଜିଲ୍ଲା, ଥୁଆମୂଳ ରାମପୁର ସଦର ମହକୁମାରେ ଥିବା କଲେଜ ପଡ଼ାର ବିଧବା ମହିଳା ଉଦେଇ ଦେଇ ଓ ତାର ପରିବାର ହେଉଛନ୍ତି ଏହାର ଉଦାହରଣ । ଭଙ୍ଗା ଦଦରା ମାଟି ଚାଳ କୁଡ଼ିଆରେ ଦୁଇ ନା’ବାଳିକା ଝିଅଙ୍କୁ ନେଇ ଅସହାୟ ଜୀବନ ଜୀଉଛନ୍ତି ବିଧବା ମା ଉଦେଇ । ବର୍ଷା ପବନ ହେଲେ ଉକ୍ତ ଘରର ପରିସ୍ଥିତି କହିଲେ ନ ସରେ । ଏକ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୁଏ । ଏହି ସମୟରେ ଦୁଇ ଅନାଥ ଶିଶୁଙ୍କୁ ନେଇ ପରଘରେ ଆଶ୍ରୟ ନେବାକୁ ପଡ଼ିଥାଏ । ୫ବର୍ଷ ତଳେ ନିଜ ସ୍ୱାମୀକୁ ହରାଇ ବେସାହାରା ହୋଇ ଯାଇଥିବା ଉଦେଇ ଦେଇଙ୍କ ମୁଣ୍ଡ ଉପରେ ଏବେ ଦୁଇ ନା’ବାଳିକା ଝିଅର ବୋଝ । ପରଘରେ ମୂଳ ଲାଗି ଯାହା ମିଳେ, ବାପ ଛେଉଣ୍ଡ ନିଜ ଦୁଇଝିଅଙ୍କ ସହ ନିଜ ପେଟ ଭରିବା କଷ୍ଟ ହୋଇଥାଏ ବୋଲି କୋହଭରା କଣ୍ଠରେ କହିଛନ୍ତି ଉଦେଇ ମାଝୀ । ତେଣୁ ଏହି ଅସହାୟ ପରିବାର ପ୍ରତି ପ୍ରଶାସନ ତରଫରୁ ତୁରନ୍ତ ସହାୟତା ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୋଇଛି । ଏଥିନେଇ ଥୁଆମୂଳ ରାମପୁର ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଚଞ୍ଚଳ ହାରିଜନ ଙ୍କୁ ପଚାରିବାରୁ ନିଶ୍ଚିତ ଭାବେ ଉଦେଇ ମାଝୀଙ୍କୁ ଘର ଖଣ୍ଡେ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଉଦେଇ ମାଝୀଙ୍କୁ ଘରଖଣ୍ଡେ ଦେବାପାଇଁ କେବେ ପ୍ରଶାସନର ଆଖି ଖୋଲିବ ତାହା ଦେଖିବାକୁ ବାକି ରହିଲା । କଳାହାଣ୍ଡି ଜିଲ୍ଲା-ଧର୍ମଗଡରୁ ଲଷ୍ମୀ ରଂଜନ ବାଗଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More