ବରଗଡ (ସଂଘର୍ଷ ମିଡିଆ ) : ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଲକ ବୁଡାମାଲ ଗ୍ରାମ ରେ ଆଜି କରୋନା ପରୀକ୍ଷା କରାଯାଇଛି। ପ୍ରାୟ ସାଢେ଼ ନଅଟାରେ ଡାକ୍ତରୀ ଦଳ ଆସି ପଞ୍ଚାବନ ଜଣଙ୍କର କରୋନା ପରୀକ୍ଷା କରିଛନ୍ତି ଓ ସମସ୍ତଙ୍କ ନେଗେଟିଭ ରହିଥିବା ଡାକ୍ତରୀ ଦଳ ସୂତ୍ରରୁ ଜଣାପଡିଛି। ଏବେ ବୁଡାମାଲ ଗାଁର ଲୋକ ସୁସ୍ଥ ଥିବା ଅନୁମାନ କରାଯାଉଛି। ଏହି ଗାଁ ରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା। ଏବିଷୟରେ ବାରମ୍ବାର ସଂଘର୍ଷ ନ୍ଯୁଜ ପ୍ରସାରଣ କରିବାରୁ ପ୍ରଶାସନ ତତ୍ପରତା ଦେଖାଇ ଦୁଇ ଥର କରୋନା ପରୀକ୍ଷା କରି ପ୍ରଶାସନ ପକ୍ଷରୁ ଔଷଧ ଦିଆଯାଇଥିଲା। ଏବେ କରୋନା ରୋଗୀଙ୍କ ସଂଖ୍ୟା କମିଛି ଓ ବହୁତ କରୋନା ରୋଗୀ ସୁସ୍ଥ ହେଲେଣି। ଏଥିରେ ଆଶାକର୍ମୀ ସୁରଭି ମାଝୀ, ଏଏନଏମ ସୁଚିତ୍ରା ବେହେରା, ସରପଞ୍ଚ ଚତୁର୍ଭୁଜ ମେହେର, ୱାର୍ଡ଼ ମେମ୍ବର ଭଗତ ପଟେଲ ଓ ସଂଘର୍ଷ ନ୍ଯୁଜ ଜିଲ୍ଲା ପ୍ରତିନିଧି ଯୁଧିଷ୍ଠିର ବାରିକ, ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିଥିଲେ। ବରଗଡ଼ ରୁ ଯୁଧିଷ୍ଠିର ବାରିକଙ୍କ ରିପୋର୍ଟ ସଂଘର୍ଷ ନ୍ଯୁଜ।