ଆଜି ବିଶ୍ବ ତମାଖୁ ବର୍ଜନ ଦିବସ

38

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଆଜି ବିଶ୍ବ ତମାଖୁ ବର୍ଜନ ଦିବସ । ଏହି ଅବସରରେ ବାଲୁକା ଚିତ୍ରକଳା ମାଧ୍ୟମରେ ଏକ ସୁନ୍ଦର ବାଲୁକା କଳା କୃତି କରି ସଚେତନତାର ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ l ସୁଦର୍ଶନଙ୍କ ଦ୍ବାରା ନିର୍ମିତ ବାଲୁକାକଳାରେ ତମାଖୁ ସେବନ ଦ୍ବାରା ମଣିଷ ଶରୀର ଉପରେ କିଭଳି ପ୍ରଭାବ ପଡିଥାଏ,ତାହାର ଜ୍ବଳନ୍ତ କଳାକୃତି ପ୍ରଦର୍ଶିତ କରାଯାଇଛି । ତମାଖୁ ସେବନ ଦ୍ବାରା କ୍ୟାନସର ଭଳି ମାରାତ୍ମକ ରୋଗ ହୋଇଥାଏ ଓ ଶରୀର ଉପରେ ଏହାର କୁପ୍ରଭାବ ପଡିଥାଏ । ତେଣୁ ସୁଦର୍ଶନ ତାଙ୍କ ବାଲୁକା ଚିତ୍ର କଳା ମାଧ୍ୟମରେ ଏହାର ଭୟାବହତା ଦର୍ଶାଇବା ସହ SAY NO TO TOBACCOର ସଚେତନତା ବାର୍ତ୍ତା ଦେଇଛନ୍ତି । ସୁଦର୍ଶନଙ୍କ ଦ୍ବାରା ନିର୍ମିତ ଏହି ବାଲୁକାକଳାକୁ ଦେଖ‌ିବା ପାଇଁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖୁବାକୁ ମିଳିଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More