ପୁରୀ ( ସଂଘର୍ଷ ମିଡିଆ ) : ଆଜିଠାରୁ ଶ୍ରୀମନ୍ଦିର ସେବାୟତ ମାନଙ୍କୁ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। । ଏଥିପାଇଁ ଏକ ସ୍ୱତନ୍ତ୍ର ଶିବିରର ଶୁଭାରମ୍ଭ ପ୍ରତିହାରୀ ନିଯୋଗ, ବୈଠକ ଘର ,ଲୋକନ୍ନାଥ, ରୋଡ ପୁରୀ ଠାରେ ଆୟୋଜିତ ହୋଇଛି। । ଏହି ଶିବିରକୁ ଜିଲ୍ଲାପାଳ ଉଦଘାଟନ କରି ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଟିକାକରଣ କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ସକାଳ ୧୦ ରୁ ଅପରାହ୍ନ ୫ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ। ୬୦ ବର୍ଷ ଠାରୁ ବୟସ୍କ ସେବାୟତ ମାନେ ଏହି ଟିକା ନେଇପାରିବେ । ଦୈନିକ ୧୦୦ ଜଣ ସେବାୟତଙ୍କୁ ଟିକା ପ୍ରଦାନ କରାଯିବ ,ଏଥିପାଇଁ ସେବାୟତ ମାନେ ସେମାନଙ୍କର ଆଧାର କାର୍ଡ ସାଙ୍ଗରେ ଆଣିବାକୁ କୁହାଯାଇଛି। ପୂର୍ବରୁ ସେବାୟତ ମାନଙ୍କ ଅନେକଥର କୋଭିଡ୍ ଟେଷ୍ଟ ହୋଇଥିଲା। ଯେହେତୁ ସର୍ବସାଧାରଣଙ୍କ ଦର୍ଶନ ଜାରି ରହିଛି ସେଥିପାଇଁ ସେବାୟତଙ୍କୁ ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଥିଲା ଶ୍ରୀମନ୍ଦିର ପ୍ରଶାସନ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ପ୍ରସ୍ତାବ ଦେଇଥିଲେ। କୋଭିଡ ନେଗେଟିଭ ପ୍ରମାଣ ପତ୍ର ବିନା ଏବେ ଭକ୍ତ ମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ଅନୁମତି ଦିଆଯାଇଛି। ଏଥିପାଇଁ ବହୁ ସଂଖ୍ୟାରେ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତିଦିନ ଶ୍ରୀମନ୍ଦିରକୁ ଆସୁଛନ୍ତି । ଭକ୍ତଙ୍କ ସମ୍ପର୍କରେ ଆସୁଥିବା ମହାପ୍ରଭୁଙ୍କ ସେବକମାନେ କୋଭିଡ 19 ଦ୍ୱାରା ସଂକ୍ରମିତ ହେବାରେ ଆଶଙ୍କା ଥିବାରୁ ଏଭଳି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନ ହେବ , ସେଥିପାଇଁ ସମସ୍ତ ସେବକଙ୍କୁ ପ୍ରାଥମିକତା ଭିତ୍ତିରେ କୋଭିଡ ଟୀକା ଦିଆଯାଉଛି। ଶ୍ରୀମନ୍ଦିର ପ୍ରଶାସନର ପ୍ରାୟ 5 ଶହ କର୍ମଚାରୀଙ୍କୁ ମଧ୍ୟ ପ୍ରାଥମିକତା ଭିତ୍ତିରେ ଟିକା ପ୍ରଦାନ କରାଯିବ। ସେବାୟତ ମାନେ ଏହି ଟିକାକରଣ କାର୍ଯ୍ୟରେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବେ ବୋଲି ମତ ଦେଇଛନ୍ତି।