ଆଜିଠାରୁ ଆରମ୍ଭ ହେଲା ପବିତ୍ର ରମଜାନ ମାସ

51

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ଆଜିଠାରୁ ଇସଲାମ ଧର୍ମର ପବିତ୍ର ମାସ ଅର୍ଥାତ୍ ରମଜାନ ମାସ ଆରମ୍ଭ ହୋଇଛି । ଉକ୍ତ ମାସରେ 12ବର୍ଷରୁ ଆରମ୍ଭ କରି ସମସ୍ତ ମୁସଲମାନ ଭାଇ ଓ ଭଉଣୀ ମାନେ ଭୋର ସମୟରୁ ଅର୍ଥାତ୍ ସୂର୍ଯ୍ୟ ଉଦୟ ପୁର୍ବରୁ ଖିଆପିଆ ସାରି ଦିନସାରା ଉପବାସ କରିଥାନ୍ତି । ସନ୍ଧ୍ୟା ସମୟରେ ମସଜିଦରେ ନମାଜ ଆରମ୍ଭ ହେଲେ ସମୂହ ନମାଜ ପାଠ କରିବା ପରେ ଜଳଖିଆ ଓ ଫଳମୁଳ ଖାଇ ଉପବାସ ଫିଟାନ୍ତି । ଏହାକୁ ତରାବି କୁହାଯାଏ ।ଏହି ମାସ ହେଉଛି ମୁସଲମାନ ସଂପ୍ରଦାୟର ପବିତ୍ର ଧର୍ମର ମାସ । ଏହି ମାସରେ ମୁସଲମାନ ସଂପ୍ରଦାୟର ଲୋକମାନେ ଦାନଧର୍ମ କରିବା ସହ ଗରିବ ଲୋକଙ୍କୁ ଖାଇବାକୁ ଦେଇଥାନ୍ତି । ରମଜାନ ମାସରେ ଦାନଧର୍ମ କଲେ ପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି । କିନ୍ତୁ ଦୁର୍ଭାଗ୍ୟର କଥା ଏବେ ସାରା ବିଶ୍ବରେ covid 19 ର ପ୍ରାଦୁର୍ଭାବରେ ସମସ୍ତେ ଜର୍ଜରିତ । ଏଥିରୁ ଓଡ଼ିଶାବି ବାଦ୍ ପଡ଼ିନାହିଁ । ସରକାରଙ୍କ Covid 19 ର ସମସ୍ତ ଗାଇଡଲାଇନକୁ ଅନୁସରଣ କରି ଅର୍ଥାତ ମସଜିଦ ମାନଙ୍କରେ ସମସ୍ତେ ମାସ୍କ ପରିଧାନ କରି ସାମାଜିକ ଦୁରତା ରକ୍ଷାକରି ନମାଜ ପାଠ କରିବା ପାଇଁ ଭଦ୍ରକ ମୁସଲିମ ଜାମାତ ପକ୍ଷରୁ ନିଷ୍ପତି ହୋଇଛି । ଏବଂ ଭଦ୍ରକ ସହରରେ ସରକାରଙ୍କ ସମସ୍ତ ନିୟମକୁ ପାଳନ କରିବା ସହିତ ପ୍ରଶାସନକୁ ସମ୍ପୁର୍ଣ୍ଣ ସହଯୋଗ କରିବା ସହିତ ପବିତ୍ର ମାସକୁ ପାଳନ କରିବା ପାଇଁ ମୁସଲିମ ଭାଇ ଭଉଣୀ ମାନଙ୍କୁ ମୁସଲିମ ଜାମାତ ପକ୍ଷରୁ ଆହ୍ୱାନ କରିଛନ୍ତି । ଏହି ପବିତ୍ର ରମଜାନ ମାସରେ ଭଦ୍ରକର ସମସ୍ତ ମସଜିଦକୁ ବିଭିନ୍ନ ପ୍ରକାର ଆଲୋକରେ ସଜା ଯାଇଥାଏ । ଏହି ରମଜାନ ମାସ ଅବସରରେ ସମସ୍ତ ମୁସଲମାନ ଭାଇ ଓ ଭଉଣୀ ମାନଙ୍କୁ ସଂଘର୍ଷ ନିଉଜ ପରିବାର ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛୁ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More