ଆଗେଇ ଚାଲିଛି ମହାପ୍ରଭୂଙ୍କ ରଥ ନିର୍ମାଣ କାର୍ଯ୍ୟ

27

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଆଗେଇ ଚାଲିଛି ମହାପ୍ରଭୂଙ୍କ ରଥ ନିର୍ମାଣ କାର୍ଯ୍ୟ। ତେବେ ଆଜି ତିନି ରଥର ଦଣ୍ଡା ନିର୍ମାଣ ଅନୁକୂଳ ହୋଇଚି। ତିନି ରଥର ୪୨ ଚକ ମଧ୍ୟରୁ ୩୯ଗୋଟି ଚକ ନିର୍ମାଣ ଶେଷ ହେବା ସହ,ତିନି ରଥର ୨୧ ଗୋଟି ଅଖ ନିର୍ମାଣ ଶେଷ ହୋଇଅଛି।ଏଥି ସହ ତିନି ରଥର ବିଭିନ୍ନ ଅଂଶ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ତିନି ରଥର ନିର୍ମାଣ ଶେଷ ହୋଇଥିବା ଆଗ,ପଛ ଦୁଇଟି ଲେଖାଏଁ ମୁହାଁଟ ର ଅନୁକୂଳ ପୂଜା ହୋଇ ବିନ୍ଧ କାର୍ଯ୍ୟ ଆରମ୍ଭ ହେଇଛି । ଏଥି ସହ ତିନି ରଥର ପାଞ୍ଚଦଣ୍ଡା ର ଅନୁକୂଳ ପୂଜା ହୋଇ ଦଣ୍ଡାଗୁଡ଼ିକର ଚଉପଟ କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇଚି।ତାଳଧ୍ଵଜ ରଥର ୧୧ ଗୋଟି ଚକର ନିର୍ମାଣ ଶେଷ ହୋଇ ୧୨ତମ ଏବଂ ୧୩ ଚକର ତୁମ୍ବରେ ପଇ ସଂଯୋଗ ପରେ ପଇ. ପଇ କୁ ବାନ୍ଧି ରଖିବା ପାଇଁ ପଇ ସଂଯୋଗ ସ୍ଥଳର ଘାଟି ପ୍ରସ୍ତୁତି ବା କଳଶା କାର୍ଯ୍ୟ ଜାରୀ ରହିଛି।ଏତତ୍ ବ୍ୟତୀତ ତାଳଧ୍ଵଜ ରଥର ତିନି ଭୂଇଁ ପାଇଁ ନିର୍ମାଣ ପାଇଁ ଆବଶ୍ୟକ ୧୨ ଗୋଟି ୧୮ ଫୁଟିଆ ଭୂଇଁ ଚଉତାରୁ ପ୍ରଥମ ଭୂଇଁର ୪ ଗୋଟି ଭୂଇଁ ଚଉତା କ୍ର ଚଉପଟ କାର୍ଯ୍ୟ ଶେଷ ହୋଇଅଛି।ଏଥି ସହ ତାଳଧ୍ଵଜ ରଥର ୭ଗୋଟି ଅଖ ର ନିର୍ମାଣ କାର୍ଯ୍ୟ ଶେଷ ହୋଇଅଛି।ଏଥିସହ ତାଳଧ୍ଵଜ ରଥର ପୋଲ ଗୟଳ ର ଚିରଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।ଦର୍ପଦଳନ ରଥର ମୋଟ ୬ ଗୋଟି ଅଖର ନିର୍ମାଣ କାର୍ଯ୍ୟ ଶେଷ ହୋବା ସହ ୧୧ ତମ ଚକ ର ପଇ କଳସା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। ଏଥି ସହ ଦର୍ପଦଳନ ରଥର ଚାରି ଗୋଟି ପ୍ରଥମ ଭୂଇଁ ଚତତା ର ଚଉ ପଟ କାର୍ଯ୍ୟ ଶେଷ ହୋଇଅଛି। ଦର୍ପଦଳନ ରଥର ପାଞ୍ଚ ଦଣ୍ଡା ଅନୁକୂଳ ପୂଜା ହୋଇ ଚଉପଟ କାର୍ଯ୍ୟ ଆରମ୍ଭ ହେଇଛି।ନନ୍ଦିଘୋଷ ରଥର ୧୬ ଗୋଟି ଚକ ମଧ୍ୟରୁ ୧୪ ଗୋଟି ଚକ ନିର୍ମାଣ ଶେଷ ହୋଇଚି।୧୫ ତମ ଚକର ତୁମ୍ବ ସିଙ୍ଗଡାରେ ପଇ ପିନ୍ଧା ପରେ ପଇ କଳସା ଜାରୀ ରହିଛି। ଏଥିସହ ନନ୍ଦିଘୋଷ ରଥର ଆଠ ଗୋଟି ଅଖର ନିର୍ମାଣ ଶେଷ ହୋଇ ୧୨ ଗୋଟି ଭୂଇଁ ଚଉତା ରୁ ପ୍ରଥମ ଭୂଇଁର ଚାରି ଗୋଟି ଭୂଇଁ ଚଉତା କାଠର ଚଉପଟ ଶେଷ ହୋଇଚି।, ଦ୍ୱିତୀୟ ଭୂଇଁର ୪ଗୋଟି ଭୂଇଁ ଚଉତା ର ଚଉପଟ କାର୍ଯ୍ୟ ଜାରୀ ରହିଛି।ନନ୍ଦିଘୋଷ ରଥର ପାଞ୍ଚ ଦଣ୍ଡା ର ଅନୁକୂଳ ପୂଜା ହୋଇ ଚଉପଟ କାର୍ଯ୍ୟ ଆରମ୍ଭ ହୋଇଚି।ତିନି ରଥର ରୂପକାର ସେବକ ମାନେ କୋଣ ଗୁଜାରେ ସିଂହ ବିରାଳ ରୂପ ଖୋଦେଇ ଜାରୀ ରଖିଥିବା ବେଳେ ଶେଷ ହୋଇଥିବା ରୂପ ଗୁଡ଼ିକର ପଲିସ କାର୍ଯ୍ୟ ସହ ରୁପଗୁଡ଼ିକ ରେ ଅଳଙ୍କାର ପକା କାର୍ଯ୍ୟ ଜାରୀରହିଛି।ଦୋଳ ବେଦୀ ଅସ୍ଥାୟୀ କମାର ଶଳ ରେ ଓଝା ସେବକ ମାନେ ତିନି ରଥର ଯୋକା କଣ୍ଟା, ଦଣ୍ଡା କଣ୍ଟା, ଅଗ ପତେଳି କଣ୍ଟା ସହ ବିଡ଼ିଆ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More