ଅସୁସ୍ଥ ବୃଦ୍ଧଙ୍କୁ ଅକ୍ସିଜେନ ଯୋଗାଇଲେ ଅନନ୍ୟା ଯୁବା ସମାଜସେବୀ ସୁଭାଙ୍ଗୀ

46

Get real time updates directly on you device, subscribe now.

ବିରିଡି (ସଂଘର୍ଷ ମିଡିଆ ) : ବିରିଡି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିବା ଜଣେ ୮୭ବର୍ଷୀୟ ବୃଦ୍ଧଙ୍କ ତୁରନ୍ତ ଅକ୍ସିଜେନ ଆବଶ୍ୟକ ପଡିବାରୁ ମାତ୍ର ୩୫ମିନିଟ ଭିତରେ ଏସ୍ଓଏସ୍ ସଂଗଠନ ଅକ୍ସିଜେନ ଏକ୍ସପ୍ରେସ ମାଧ୍ୟମରେ ଅକ୍ସିଜେନ ଯୋଗାଇ ଦେଇ ବୃଦ୍ଧାଙ୍କ ଜୀବନ ବଞ୍ଚାଇଛନ୍ତି।ସୂଚନାଯୋଗ୍ୟ ଯେ କାଲି ବିଳମ୍ବିତ ରାତ୍ରରେ ବଡ଼ଖଣ୍ଡୋଏତା ପଞ୍ଚାୟତ ପତିପୁର ଗ୍ରାମର ପହଲ୍ଲାଦ ପାଣିଗ୍ରାହୀଙ୍କ ହଠାତ ଅକ୍ସିଜେନ ସ୍ତର ଖସିଯିବାରୁ ସେ ଅସୁସ୍ଥ ହୋଇପଡ଼ିଥିଲା।ତାଙ୍କ ପରିବାର ଲୋକେ ସଙ୍ଗେ ସଙ୍ଗେ ବିରିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ଲୋକନାଥ ସାହୁ ଚିକିତ୍ସା ଯୋଗାଇ ଦେବା ସହ ଅକ୍ସିଜେନ ଆବଶ୍ୟକ ପଡିବାରୁ ଅକ୍ସିଜେନ ଏକ୍ସପ୍ରେସ ସହ ଯୋଗାଯୋଗ କରିବାକୁ ତାଙ୍କ ପରିବାରଙ୍କୁ ପରାମର୍ଶ ଦେଇଥିଲେ।ଫଳରେ ଶ୍ରୀ ପାଣିଗ୍ରାହୀଙ୍କ ଝିଅ ଏସ୍ଓଏସ୍ ସଂଗଠନର ସଦସ୍ୟା ବା ବିରିଡି ଦାୟିତ୍ୱରେ ଥିବା ଅନନ୍ୟା ଯୁବା ସମାଜସେବୀ ସୁଭାଙ୍ଗୀ ମଧୁସ୍ମିତା ବସ୍ତିଆଙ୍କୁ ଟେଲିଫୋନରେ ଜଣାଇବାରୁ ମାତ୍ର ୩୫ମିନିଟ ମଧ୍ୟରେ ବିରିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅକ୍ସିଜେନ ଏକ୍ସପ୍ରେସ ମାଧ୍ୟମରେ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦିଆଯାଇଥିଲା। ଏବେ ଶ୍ରୀ ପାଣିଗ୍ରାହୀ ସୁସ୍ଥ ଅଛନ୍ତି।ଏହି ଖବର ପାଇବା ପରେ ଏସ୍ଓଏସ୍ ସଂଗଠନ ତଥା ବୁଦ୍ଧିଜୀବୀ ମହଲରେ ଅନନ୍ୟା ଯୁବା ସମାଜସେବୀ ସୁଭାଙ୍ଗୀ ମଧୁସ୍ମିତା ବସ୍ତିଆଙ୍କୁ ପ୍ରଶଂସା କରିଛନ୍ତି।ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More