ଅରୁପା ମିଶନ ପକ୍ଷରୁ ଆଶା,ଅଙ୍ଗନୱାଡି କର୍ମୀଙ୍କୁ ପିପିଇ କିଟି ଓ କରୋନା ଆକ୍ରାନ୍ତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

52

Get real time updates directly on you device, subscribe now.

ବିରିଡି (ସଂଘର୍ଷ ମିଡିଆ ) : ଭୁବନେଶ୍ୱର ସ୍ଥିତ ଅରୁପା ମିଶନ ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ବିରିଡି ବ୍ଲକ ଉତ୍ତରଶାସନ ପଞ୍ଚାୟତର ଆଶା କର୍ମୀ ମିନତୀ ବିଶ୍ୱାଳ ଓ ଅଙ୍ଗନୱାଡି କର୍ମୀ ପ୍ରେମାଞ୍ଜଳୀ ପଣ୍ଡା ଏବଂ ସୂତିସ୍ମିତା ଦଶଙ୍କୁ ଆଜି ପିପିଇ କିଟି, ଥମୋମିଟର,ମାକ୍ସ,ସାନିଟାଇଜର ବଣ୍ଟନ କରାଯାଇଛି।ଏବଂ ତେନ୍ତେଲା ସାହି ଓ ମଧ୍ୟଶାସନ ଗ୍ରାମର ୫୨ଜଣ କରୋନା ଆକ୍ରାନ୍ତଙ୍କୁ ଚୁଡା,ଗୁଡ଼,ବିସ୍କୁଟ,ଏବଂ ରୋଗୀଙ୍କ ସୁରକ୍ଷା ପାଇଁ ଏକ ଔଷଧ କିଟି ବଣ୍ଟନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ପ୍ରତିଷ୍ଠାତା ଜଗତଗୁରୁ ଡ଼କ୍ଟର ସ୍ୱାମୀ ଅରୁପାନନ୍ଦଜୀ ମହାରାଜା ଯୋଗଦେଇ କିଟି ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ଚନ୍ଦ୍ର ବେହେରା,ୱାର୍ଡସଭ୍ୟା କୁନି ଭୋଇ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More