ଅବ୍ୟବସ୍ଥା ଘେରରେ ସରକାରୀ ଚିକତ୍ସାଲୟ

51

Get real time updates directly on you device, subscribe now.

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସରକାରୀ ଚିକତ୍ସାଲୟ ୧୦୦ରୁ ଉର୍ଦ୍ଧ ବର୍ଷ ହେଲାଣି ପ୍ରତିଦିନ ଚାରି ଶହରୁ ପାଞ୍ଚଶହ ରୋଗୀ ଚିକତ୍ସା ଲାଗି ଆସନ୍ତି  ହେଲେ ଏଠାରେ ସେବା  ଅବ୍ୟବସ୍ଥ ଘେରରେ  । ସରକାର ସ୍ୱାସ୍ଥ୍ୟ ସେବା ପାଇଁ ସାଧାରଣ ଜନତାଙ୍କର ସ୍ୱାସ୍ଥ୍ୟ ସେବା ପାଇଁ ବିଭିନ୍ନ ଯୋଜନା ପରେ ଯୋଜନା କରି ଚାଲିଛନ୍ତି କିନ୍ତୁ ସେହି ଯୋଜନା ସବୁ କାର୍ଯ୍ୟକାରୀ ହୋଇ ପାରୁନାହିଁ।ତାହାର ଏକ ଜ୍ଵଳନ୍ତ ଉଦାହରଣ ରାଜଗାଙ୍ଗପୁର  ସରକାରୀ ଚିକତ୍ସାଳୟ  l ଅଧିବାସୀ ବହୁଳ ପଶ୍ଚିମ ଓଡିଶା ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଣଦେଖା କରୁଛନ୍ତି ସରକାର ଏହା ଏକ ପୁରୁଣା ସହର ହୋଇଥିଲେ ମଧ୍ୟ୍ୟ ଏହାକୁ ଅବହେଳିତ କରୁଛନ୍ତି ସରକାର 15 ରୁ 20 କିଲୋମିଟର ଦୂର ଦୂରାନ୍ତରରୁ ରୋଗୀ ମାନେ ସେବା ନେଇଥାନ୍ତି କେବଳ ଏହା ନୁହେଁ ପଡୋଶୀ ଜିଲ୍ଲା ସମ୍ବଲପୁର ଜିଲ୍ଲାରେ କିଛି ଗାଁ ମଧ୍ୟ୍ୟ ଏଠାରୁ ଚିକିତ୍ସା ହୋଇଥାନ୍ତି ।  କିଛି ବୁଦ୍ଧିଜୀବୀ ଙ୍କମହଲରେ ଏହା ଚର୍ଚ୍ଚା ହେଉଛି ଏହା ଏକ ପଶ୍ଚିମ ଓଡିଶାର ଅଧିବାସୀ ବହୁଳ ଏରିଆ ବୋଲି ସରକାରଙ୍କ ନଜରକୁ ଆସୁନାହିଁ! ଦୀର୍ଘ ଦିନ ଧରି ଏକ୍ସରେ ମେସିନ କାର୍ଯ୍ୟକ୍ଷମ ହେଉନଥିଲା ବାରମ୍ବାର ଅଭିଯୋଗ ହେଲା ପରେ ସରକାରଙ୍କ ପକ୍ଷରୁ ଏକ ନୂଆ ଡିଜିଟାଲ ଏକ୍ସରେ ମେସିନ ଯୋଗାଇ ଦିଆଗଲା । ଏହାକୁ କାର୍ଯ୍ୟକ୍ଷମ ହେବାକୁ ବର୍ଷବର୍ଷ ଅପେକ୍ଷା କରିବାକୁ ପଡିଥିଲା ରାଜଗାଙ୍ଗପୁର ବାସୀଙ୍କୁ ଯାହାହେଉନା କାହିଁ ଅପେକ୍ଷା ଶେଷହେଲା ଏହା ଦ୍ଵାରା ସାଧାରଣ ଜନତା ଉପକୃତ ହେଲେ। କିନ୍ତୁ କିଛି ମାସ ପରେ ଏହାକୁ ଚଲାଉଥିବା ଟେକ୍ନିସିଆନ ଅବସର ନେଲା ପରେ ଆସୁଥିବା ରୋଗୀମାନେ ଏହି ସେବାରୁ ବଞ୍ଚିତ ହେଉଛନ୍ତି ଫଳରେ ରାଉରକେଲାକୁ ଯାଇ ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି। ଅନ୍ୟ ଏକ ଟେକ୍ନିସିଆନକୁ ଦୀର୍ଘଦିନ ଧରି ଡେପୁଟେସନରେ ହେମଗିରିକୁ ସ୍ଥାନାନ୍ତରିତ କରଯାଇଛି।ଏକ୍ସରେ ମେସିନକୁ ଚଳାଇବା ପାଇଁ କେହି ଟେକ୍ନିସିଆନ ନଥିବା ବେଳେ ଅନ୍ୟ ଜଣକୁ ଡେପୁଟେସନରେ ପଠାଇବା କେତେଦୂର ଯୁକ୍ତିଯୁକ୍ତ । ସୁନ୍ଦରଗଡ଼ ପ୍ରଶାସନ ଡି ଏମ ଏଫ ଫଣ୍ଡରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟକ୍ରମ କରାଯାଉଛି କିନ୍ତୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଦେଉଛି।ଏକ୍ସରେ ମେସିନ ଥାଇ ମଧ୍ୟ ରୋଗୀ ମାନେ ଏହାର ଉପକୃତ ହୋଇପାରୁନାହାନ୍ତି।ଏକ ଟେକ୍ନିସିଆନ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି। ରାଜଗାଙ୍ଗପୁରରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More