ଅବ୍ୟବସ୍ଥା ଘେରରେ ବାବାତଲାଵ ,ନିଦାବିଷ୍ଣୁ ସାଜିଛି ପୌରପାଳିକା

46

Get real time updates directly on you device, subscribe now.

ରାଜଗାଙ୍ଗପୁର ( ସଂଘର୍ଷ ମିଡିଆ ) : ସରକାରଙ୍କ ପାଣ୍ଠିରୁ ସୌନ୍ଦର୍ଯ୍ୟ କରଣ କରାଯିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା । କିନ୍ତୁ ରକ୍ଷଣାବେକ୍ଷଣା ଅଭାବରୁ ତାହା ଏବେ ପୂର୍ବ ଅବସ୍ଥାକୁ ଫେରି ଆସିଛି। ବାବାତଲାବ ଚତୁର୍ପାଶ୍ୱ ରେ ଲଗାଯାଇଥିବା ସୋଲାର ଷ୍ଟ୍ରିଟ ଲାଇଟ ଗୁଡିକ ଅଚଳ ଅବସ୍ଥାରେ ଅଛି।ଫଳରେ ଅସମାଜିକ ଲୋକଙ୍କର ଆଡ୍ଡା ସ୍ଥଳି ପାଲଟିଛି।ଏଥିପ୍ରତି ପୌରପାଳିକାର ନଜର ନାହିଁ । ଦୀର୍ଘ ଦିନରୁ ଭାଙ୍ଗିଥିବା ଗାର୍ଡୱାଲ ମରାମତି କାର୍ଯ୍ୟ ହୋଇପାରୁନାହିଁ।ଏହା ରାସ୍ତାର ଖୁବ ନିକଟରେ ହୋଇଥିବାରୁ ଯାତାୟାତ କରୁଥିବା ଜନସାଧାରଣ ଓ ଗାଈଗୋରୁ ପଡିଯିବାର ସମ୍ଭାବନା ରହୁଛି।ଏହାର ସୁରକ୍ଷା ପାଇଁ ପୌରପାଳିକା ତରଫରୁ ଅସ୍ଥାୟୀ ଭାବେ ବ୍ୟବସ୍ଥା ମଧ୍ୟ କରାଯାଇନାହିଁ। ବାବାତଲାଵ ର ସୌନ୍ଦର୍ଯ୍ୟ କରଣ ବଢ଼ାବାପାଇଁ ଓ ସାଧାରଣ ଜନତାଙ୍କ ଉପଭୋଗ ନିମନ୍ତେ ବସିବା ପାଇଁ ନିର୍ମିତ ହୋଇଥିବା ସ୍ଥାନ ଗୁଡିକ ଭଗ୍ନ ଅବସ୍ଥାରେ ଅଛି।ସହରର ଏହା ଏକ ପୁରାତନ ଜଳାଶୟ ହୋଇଥିବାରୁ ବିଭିନ୍ନ ସମ୍ପ୍ରଦାୟର ଲୋକ ମାନେ ପୂଜା ପର୍ଵ କରିବା ପାଇଁ ଏହି ସ୍ଥାନକୁ ଆସନ୍ତି ଏହି ସମୟରେ ଅଧିକ ଜନସମାଗମ ହୁଏ।ଏହି ସବୁ ସଂସ୍କୃତି ,ପରମ୍ପରାକୁ ଲକ୍ଷ କରି ସରକାର ବିଭିନ୍ନ ପୁରାତନ ଧର୍ମାନୁଷ୍ଠାନରେ ଉନ୍ନତି କରଣ ପାଇଁ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି କିନ୍ତୁ ଏଠାରେ ତାହାର ବ୍ୟତିକ୍ରମ ଦେଖାଦେଇଛି।ଏହାର ରକ୍ଷଣାବେକ୍ଷଣା କରିବା ପାଇଁ ପୌରପାଳିକା ତରଫରୁ କୌଣସି ପ୍ରକାରର ବ୍ୟବସ୍ଥା କରାଯାଉନାହିଁ । ଏହାକୁ ପୁନର୍ବାର କାର୍ଯ୍ୟକ୍ଷମ କରିବାପାଇଁ ସାଧାରଣରେ ଦାବି ହେଉଛି। ରାଜଗାଙ୍ଗପୁରରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More