ଅବ୍ୟବସ୍ଥା ଘେରରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା

47

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ଜିଲ୍ଲାମୁଖ୍ୟ ଡାକ୍ତରଖାନାରେ ଭଲ ଭାବେ ଆପଣ ମାନେ ଦେଖିନିଅନ୍ତୁ । କିପ୍ରକାର ଅସୁବିଧାରେ ରୋଗୀମାନଙ୍କୁ କିଭଳି ଭାବେ ସରକାରଙ୍କ ତରଫରୁ କେତେ କଣ ଯୋଜନା ରହିଥିବା ବେଳେ ମେଡିକାଲ କତୃପକ୍ଷଙ୍କ ପକ୍ଷରୁ ସବୁ  ଜାଣିଶୁଣି ମଧ୍ୟ କୌଣସି ନଜାଣିଲା ଭଳି ନିଜ ଅଫିସ ଚ୍ୟାମ୍ବରରେ ବସି ରହିଛନ୍ତି । ଅନ୍ୟପକ୍ଷେ ସତ ପରଖିବାକୁ ଜିଲ୍ଲାର କିଛି ଗଣମାଧ୍ୟମପ୍ରତିନିଧି  ମେଡିକାଲରେ ପହଁଚି ଇମରିଜେନ୍ସ ୱାର୍ଡରେ ଦିନ 1ଘଟିକା ସମୟରେ ଦେଖିବାକୁ ପାଇଥିଲେ, ଫ୍ୟାନ ଖୋଲା ଯାଇରିପାରିଙ୍ଗ କାର୍ଯ୍ୟ ଚାଲିଛି । ସେଠାରେ ଦୃଶ୍ୟସହିତ  ସେପଟେ ରୋଗୀମାନେ ବେଡ଼ରେ ଶୋଇଥିବା ଅବସ୍ଥାରେ ଫ୍ୟାନ ମରାମତି ଚାଲିଛି । ତେବେ ଏହିଭଳି ସମୟରେ ଅନ୍ୟ ଦିଗରେ ମେଡିକାଲରେ ଅସୁସ୍ଥତ ରୋଗୀ ଗରମରେ ହନ୍ତସନ୍ତ ହୋଇ ଚିକିତ୍ସା ହେଉଥିବାର ରୋଗୀ ମାନଙ୍କ ଦୃଶ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କ କ୍ୟାମେରାରେ ରେକର୍ଡ କରିଥିଲେ । ତେବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର  ସ୍ୱତନ୍ତ୍ର ଭାବେ ଖାଦ୍ୟ ଯୋଗାଇ ଦେବା ପାଇଁ ଟେଣ୍ଡର ନେଇଥିବା ସମ୍ପୃକ୍ତି ଏଜେନ୍ସି ସାତ ଦିନରେ କେଉଁ ଦିନ କିପ୍ରକାର ଖାଦ୍ୟ ରୋଗୀମାନଙ୍କୁ ଯୋଗାଇଦେବା ଭଳି ଏଗ୍ରିମେଣ୍ଟ କଣ୍ଡିସନ ରହିଥିବା ବେଳେ ତାହା ସଠିକ ଢଙ୍ଗରେ ନିୟମଗତ ହିସାବରେ ରୋଗୀମାନଙ୍କୁ ଦିଆ ଯାଉନାହିଁ, ବୋଲି ରୋଗୀ ସମ୍ପର୍କୀୟ ମାନେ ଖୋଦ ଆମ ଜିଲ୍ଲା ପ୍ରତିନିଧିଙ୍କ କ୍ୟାମେରା ଆଗରେ ଖୋଲା ଖୋଲି ମତରଖିଛନ୍ତି । ଉକ୍ତ ଘଟଣା ସମ୍ପର୍କରେ ବିଶେଷ ଦୃଷ୍ଟି ଆକର୍ଷଣ ନିମନ୍ତେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନେ ସିଧାସଳଖ ଭାବେ ପହଁଚି ଥିଲେ ଜିଲ୍ଲାର ମୁଖ୍ୟ ଚିକିତ୍ସାଅଧିକାରିଣୀ ସୁନିତା ପଟ୍ଟନାୟକଙ୍କ ଅଫିସ କାର୍ଯ୍ୟାଳୟ ଠାରେ ବଡ଼ଦୁଃଖ ଓ ପରିତାପର ବିଷୟ କି  ମାଡାମ ଗଣମାଧ୍ୟମଙ୍କ ଉପସ୍ଥିତ ଖବର ପାଇବା ମାତ୍ରେ ନିଜ ଚ୍ୟାମ୍ବର ଛାଡି ସରକାରୀ ବାସ ଭବନ ଅଭିମୁଖେ ଆଗ ଆଗକୁ ଚାଲିବାକୁ ଲାଗିଲେ କିନ୍ତୁ ଗଣମାଧ୍ୟମ ଯେତେ ପ୍ରକାର ଚେଷ୍ଟା କରିଥିଲେ, ମାଡାମ ଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ନେବା ପାଇଁ ତିଳେ ହେଲେ ମାଡାମ ସୁନିତା ଶୁଣିବାକୁ ଆଦୌ ଭଲ ମନେ କଲେ ନାହଁ, କି କୌଣସି ପ୍ରକାର କିଛି ଉତ୍ତର ରଖିଲେ ନାହଁ । ତେବେ ଏନେଇ ସ୍ଥାନୀୟ ଅଞ୍ଚଳରେ ଜନସାଧାରଣରେ ରୀତିମତ ଖବର ପ୍ରଚାର ପ୍ରସାର ଚାଲିଛି । ମାଡାମଙ୍କର ଜିଲ୍ଲାରମୁଖ୍ୟ ଚିକିତ୍ସାଳୟର ଯେଉଁ କ୍ୟାଣ୍ଟିନି ଚାଲିଛି, ସେଥିରେ ତାଙ୍କର ଅଧାଭାଗ ସେୟାର ଅଛି, ବୋଲି ବୁଦ୍ଧିଜୀବୀ ମହଲରେ ଖୁବ ଆଲୋଚନା ଚାଲିଛି । ତେବେ ଏନେଇ ନୂତନ ଜିଲ୍ଲାପାଳ ମହୋଦୟ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More