କେନ୍ଦୁଝର (ସଂଘର୍ଷ ମିଡିଆ ) : – କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ସୁନାପେଣ୍ଠ ଗ୍ରାମପଞ୍ଚାୟତର ତୁରୁଙ୍ଗି ସାହିବାସୀ ଦୀର୍ଘ ବର୍ଷ ହେବ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅଭିଶପ୍ତ ଜୀବନ ବିତାଉଥିବା ସୂଚନା ପାଇ ହରିଚନ୍ଦନପୁର ବ୍ଲକ ପ୍ରଶାସନ ଆଜି ସାହିରେ ପହଁଚି ସ୍ଥିତି ଅନୁଧ୍ୟାନ କରିଥିଲେ । ହରିଚନ୍ଦନପୁର ବ୍ଲକ ବିଡ଼ିଓ ମଧୁସ୍ମିତା ସିଂଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍ ୭ କିମି ପାହାଡ଼ ପର୍ବତ ଘେରା ଜଙ୍ଗଲ ଅତିକ୍ରମ କରି ଦୀର୍ଘ ୩ ଘଣ୍ଟା ପରେ ସାହିରେ ପହଁଚି ଲୋକଙ୍କ ସହିତ ଆଲୋଚନା କରିଥିଲେ । ଲୋକଙ୍କୁ ପାହାଡ଼ ତଳକୁ ଆସିବାକୁ ବିଡ଼ିଓ ଅନୁରୋଧ କରିଥିଲେ । ସରକାରଙ୍କ ସମସ୍ତ ଯୋଜନା ସାହିବାସୀଙ୍କୁ ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି । ହରିଚନ୍ଦନପୁର ମନୋଜ କୁମାର ମହାନ୍ତଙ୍କ ରିପୋର୍ଟ ।