ଅପରିଚିତଙ୍କ ଠିକଣା ପାଇଁ ସହଯୋଗ ଜରୁରୀ

35

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଚନ୍ଦନ ଯାତ୍ରା ସମୟରେ ନରେନ୍ଦ୍ର ପୋଖରୀ ବାଣ ଦୁର୍ଘଟଣାରେ ଆହତ ହୋଇ କଟକ ବଡ ଡାକ୍ତରଖାନା ବା ଏସସିବିରେ ଚିକିତ୍ସାଧିନ ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।ବ୍ୟକ୍ତିଙ୍କ ନାମ ଦିବ୍ୟ ରଞ୍ଜନ ସାହୁ, ପିତାଙ୍କ ନାମ ଦୁଷ୍ମନ୍ତ ସାହୁ ଏବଂ ଠିକଣା ପୁରୀ ବୋଲି ଡାକ୍ତରଖାନାରେ ଉଲ୍ଲେଖ କରାଯାଇଛି ବୋଲି ଏସସିବି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦିବ୍ୟ ରଞ୍ଜନଙ୍କ ପ୍ରକୃତ ଠିକଣା ମିଳିପାରୁ ନାହିଁ। ଏ ସମ୍ପର୍କରେ ବିଭିନ୍ନ ଥାନା ପକ୍ଷରୁ ମଧ୍ୟ ଠିକଣା ତଲାସ ପାଇଁ ଉଦ୍ୟମ କରାଯାଉଛି।ଏଭଳି ସମ୍ବେଦନଶୀଳ ଘଟଣାରେ ସହଯୋଗ ପୂର୍ବକ କୌଣସି ବ୍ୟକ୍ତି ଦିବ୍ୟ ରଞ୍ଜନଙ୍କ ଫଟୋ ଦେଖି ଯଦି ଚିହ୍ନଟ କରିପାରନ୍ତି ତେବେ ପୁରୀ ଜିଲ୍ଲା ଜରୁରୀ ବିଭାଗ କିମ୍ବା ତହସିଲଦାର ପୁରୀଙ୍କୁ ଅବଗତ କରାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More