ମାଲକାନଗିରି (ସତ୍ୟ ନାରାୟଣ ଦାଶ)(ସଂଘର୍ଷ) : ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାକରଣ ଆନୁକୁଲ୍ୟରେ କନିଷ୍ଠ ମହିଳା ମହାବିଦ୍ୟାଳୟ , ମାଲକାନଗିରି ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ‘ ଅବସରରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ ଶ୍ରୀଯୁକ୍ତ ରୋହିତ ଲାଲ ପଣ୍ଡା , ଅତିରିକ୍ତ ଜିଲ୍ଲା ଜଜ ଶ୍ରୀଯୁକ୍ତ ମହଲତ ସା , ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାକାରୀ ଶ୍ରୀଯୁକ୍ତ ବିଶ୍ବରଞ୍ଜନ ବେହେରା , ସଚିବ ତଥା ବିଚାରପତି ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ଶ୍ରୀ ଅମରେଶ ନାୟକ , ମାଲକାନଗିରି ଥାନା ଅଧିକାରୀ ରାମ ପ୍ରସାଦ ନାଗ , ସହକାରୀ ସଂରକ୍ଷଣ ଅଧୁକାରୀ ଲିଲୀ ଅମନାତ୍ୟ , ଓକିଲ ସଂଘର ସଭାପତି ଶ୍ରୀଯୁକ୍ତ ଦୂର୍ଗା ପ୍ରସାଦ ତ୍ରିପାଠୀ , ମାଲକାନଗିରି ମହାବିଦ୍ୟାଳୟ ଅଧ୍ୟାପକ ଡ଼ଃରଞ୍ଜନ କୁମାର ସ୍ବାଇଁ , ଶିଶୁ ମଙ୍ଗଳ ସମିତି ସଦସ୍ୟା କୁମାରୀ ଚୁମକି ବେହେରା , କନିଷ୍ଠ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ଜେନା ଓ କନିଷ୍ଠ ମହିଳା ମହାବିଦ୍ୟାଳୟର କର୍ମଚାରୀ ଓ 10 ୦ରୁ ଉର୍ଦ୍ଧ୍ବ ଛାତ୍ରୀ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ ଶ୍ରୀଯୁକ୍ତ ରୋହିତ ଲାଲ ପଣ୍ଡା ଆନ୍ତର୍ଜାତୀୟ ମହିଳା ଦିବସ ପାଳନର ଉଦ୍ଦେଶ୍ୟ ତଥା ମହିଳାଙ୍କ ସୁରକ୍ଷା ଓ ଅକାର ସମ୍ପର୍କିତ ନିୟମ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ ଯେପରି ପାରିବାରିକ ଘରୋଇ ହିଂସା , ଯୌତୁକ ନିର୍ଯ୍ୟାତନା , ଏହିସବୁ କ୍ଷେତ୍ରରେ କିପରି ଜଣେ ମହିଳା ନିଜକୁ ସୁରକ୍ଷା କରିବେ ସେହି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୧୦୦ ରୁ ଉର୍ଦ୍ଧ ମହିଳା ଓ ଉକ୍ତ ମହାବିଦ୍ୟାଳୟର ଛାତ୍ରୀ ଉପସ୍ଥିତ ଥିଲେ । ସଚିବ ତଥା ବିଚାରପତି ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ଶ୍ରୀ ଅମରେଶ ନାୟକ ସେହିପରି ମହିଳାଙ୍କ ସମ୍ପତିଗତ ଅଧ୍ୟକାର , ସାମ୍ବିଧାନିକ ଅଧୁକାର , ଭରଣ ପୋଷଣ ଆଶନ ଭଳି ବିଭିନ୍ନ ଦିଗ ରେ ଆଲୋକପାତ କରିଥିଲେ । ଶେଷ ରେ ଆଇନ ସେବା ପ୍ରାଧ୍ୟାକରଣ ର ସଚିବ ସରକାରଙ୍କ ଦ୍ବାରା ପ୍ରଦତ୍ତ ବିଭିନ୍ନ ଜନମଙ୍ଗଳକକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଭାବରେ ସଚେତନତା କରିବା ସଙ୍ଗେ ସଙ୍ଗେ ଆଇନସେବା ପ୍ରାକରଣ ର କାର୍ଯ୍ୟକ୍ରମ ଯେପରି ମାଗଣା ଆଇନସେବା , ମଷ୍ଟିତା ଓ ଆପୋସ ମିଳାମିଶା ମାଧ୍ୟମରେ ମାମଲାର ସମାଧାନ ଏବଂ ଜାତୀୟ ଆଇନ ସେବାପ୍ରାକରଣ ଦ୍ବାରା ପ୍ରଦତ୍ତ ୧୦ ଟି ନୂଆ ଯୋଜନା ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ ।