କଟକ ( ସଂଘର୍ଷ ମିଡିଆ ) : ଏ ହେଉଛନ୍ତି ଲଳିତ ନାରାୟଣ ସ୍ୱାଇଁ,ଡାକ ନାଁ ସୋନୁ। ବୟସ ମାତ୍ର ଦଶ ବର୍ଷ।ହେଲେ ସେ କୌଣସି ବଡ଼ ଚିତ୍ରଶିଳ୍ପୀଙ୍କ ଠାରୁ କମ ନୁହନ୍ତି। ଖେଳକୁଦ କରିବା ବୟସରେ କିଛି ଭିନ୍ନ କରିବାର ଆଶା । ଆଉ ସେହି ଆଶାକୁ ସୁଯୋଗ ଦେଇଛି ଲକଡାଉନ । ଲକଡାଉନର ଅବସର ସମୟରେ ନିଜ ପ୍ରତିଭାକୁ ବିକଶିତ କରି ସେ ସମସ୍ତଙ୍କୁ କରୁଛନ୍ତି ଆଶ୍ଚର୍ଯ୍ୟଚକିତ। ପେନସିଲ ମୁନରେ ଆଙ୍କୁଛନ୍ତି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଅବିକଳ ଚିତ୍ର । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ,ମୁଖ୍ୟମନ୍ତ୍ରୀ, ମଦର ଟେରେସା,ଅବଦୁଲ କଲାମ, ଆଇନ ଷ୍ଟାଇନଙ୍କ ସମେତ ରାମୋଜି ଗ୍ରୁପର ଚେୟାରମ୍ୟାନ ତଥା ଇନାଡୁ ଗ୍ରୁପ ଅଧ୍ୟକ୍ଷ ରାମୋଜି ରାଓଙ୍କର ଆଙ୍କୁଛନ୍ତି ଜୀବନ୍ତ ପ୍ରତିଛବି । ନିଜର ଅନନ୍ୟ କଳା ପାଇଁ ସମସ୍ତଙ୍କ ପ୍ରଶଂସା ସାଉଁଟୁଥିବା ଶିଶୁ ଚିତ୍ରଶିଳ୍ପୀ ହେଉଛନ୍ତି କଟକ ଫକୀରପଡା ଅଞ୍ଚଳର ବିଭୁ ପ୍ରସାଦ ସ୍ୱାଇଁ ଓ ଇତିଶ୍ରୀ ମହାପାତ୍ରଙ୍କ ଏକମାତ୍ର ପୁଅ ଲଳିତ ନାରାୟଣ ସ୍ୱାଇଁ । ଛୋଟ ବେଳୁ ଚିତାଙ୍କନ ପ୍ରତି ରୁଚି ରଖୁଥିବା ସୋନୁ ଗତବର୍ଷ ଲକଡାଉନ ସମୟରେ ବୋର ହେବାପରେ ନିଜର ଚିତ୍ରକଳାରେ ଦେଖାଇଥିଲେ ପାରଦର୍ଶିତା । ଫଟୋ ହେଉ କିମ୍ବା ଜୀବନ୍ତ ମଣିଷଙ୍କୁ ଦେଖିବା ମାତ୍ରେ ତାହାର ଅବିକଳ ଚିତ୍ର ଆଙ୍କି ସମସ୍ତଙ୍କୁ କରି ଦିଅନ୍ତି ଚକିତ।
Get real time updates directly on you device, subscribe now.