ଅଦିନିଆ ବର୍ଷା ଯୋଗୁଁ ଧାନ ଫସଲ ଭିଜିଲା

27

Get real time updates directly on you device, subscribe now.

ପାରଳାଖେମୁଣ୍ଡି(ସଂଘର୍ଷ ମିଡିଆ) : – ଗତ କିଛି ଦିନର କୋହଲା ପାଗ ସାଙ୍ଗକୁ ଅଦିନିଆ ବର୍ଷା ଏବେ ଗଜପତି ଜିଲ୍ଲା ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଇଛି | ଜମିରେ ପାଣି ଜମି ହୋଇ ରହିଥିବା ବେଳେ କଟା ଧାନଗଛ ଅଦିନିଆ ବର୍ଷାରେ ଭିଜି ହୋଇଯିବା ଦେଖି ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ତରବରିଆ ଭାବେ ଧାନ ଅମଳ ଏବଂ ଭିଜାଧାନକୁ ଶୁଖାଇ ଅମଳ କରିବାକୁ ଚାଷୀ ଅହରହ ଉଦ୍ୟମ ଜାରି ରଖିଛି। ଏଥର ଚାଷୀ ଏଫ୍ଏକ୍ୟୁ ମାନର ଧାନ ମଣ୍ଡିରେ ବିକିବେ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଥିବା ବେଳେ ଏଭଳି ଘଡ଼ିସନ୍ଧି ସମୟ ୟରେ ଉତ୍ତମମାନର ଧାନ କେମିତି ଅମଳ ହୋଇପାରିବ ଏହାକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି। ଫଳରେ ଯାହାବି ହେଉ, ‘ମାନ ନଦେଖି ସରକାର ଧାନ କିଣନ୍ତୁ, ଚାଷୀମାନେ ଅତ୍ୟନ୍ତ ଦୁଃଖରେ ମତବ୍ୟକ୍ତ କରିଛନ୍ତି.ଏଠାରେ ସୂଚନାଯୋଗ୍ୟଯେ, ଗଜପତି ଜିଲ୍ଲାରେ ବର୍ତ୍ତମାନର ଅଦିନିଆ ବର୍ଷା ଧାନ ଫସଲ ଉପରେ ଦାଉ ସାଜିଛି. ଏହାଦ୍ଵାରା ଧାନ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀକୂଳ ଉଦବେଗ ପ୍ରକାଶ କରି ଚିନ୍ତାରେ ମୁଣ୍ଡରେ ହାତମାରି ଆଗାମୀ ଦିନରେ କିପରି ପରିବାର ପରିପୋଷଣ କରିବୁ ବୋଲି ରହିଛନ୍ତି. ଗଜପତି ଜିଲ୍ଲା ଚାଷୀ ଦୁଃଖ ପ୍ରକାଶ କରି ଜଣାଇଛନ୍ତି. ସେ କହିଛନ୍ତିଯେ ଗଜପତି ଜିଲ୍ଲାର କାଶୀନଗର, ଗୁମ୍ମା, ପାରଳାଖେମୁଣ୍ଡି ସହର ଅଞ୍ଚଳ, ଗୋଷଣୀ ଓ ରାୟଗଡ଼ ବ୍ଲକରେ ଚଳିତ ବର୍ଷ ଅକ୍ଟବର ସୁଦ୍ଧା ଆବଶକ୍ୟ ବର୍ଷା ନ ହେବାରୁ ଧାନ ଫସଲକୁ ରକ୍ଷା କରିବା ପାଇଁ ଚାଷୀକୂଳ ନିଜସ୍ୱ ଅର୍ଥ ଓ ଉଦ୍ୟମରେ ଧାନ କ୍ଷତକୁ ପାଣିର ବ୍ୟବସ୍ଥା କରି ବହୁ କଷ୍ଟରେ ଧାନ ଫସଲ କରିଥିଲେ. ଉପରୋକ୍ତ ଅଞ୍ଚଳ ଗୁଡିକରେ ଚଳିତ ବର୍ଷ ପ୍ରାୟ ୩୦ ହଜାର ହେକ୍ଟର ଜମିରେ ଧାନ ଫସଲ କରାଯାଇଥିଲା. ହେଲେ ବର୍ତ୍ତମାନର ଅଦିନିଆ ବର୍ଷା ପୂର୍ବରୁ ଗତ କିଛିଦିନ ତଳେ ଚାଷୀମାନେ ପ୍ରାୟ ୧୫ ହଜାର ହେକ୍ଟର ଜମିରୁ ଧାନ ଫସଲ କାଟି କ୍ଷେତରେ ଛାଡିଥିଲେ. ହଟାତ ଏହି ବର୍ଷା ହେବା ଯୋଗୁଁ କଟା ଯାଇଥିବା ଧାନ ଫସଲ ଭିଜି ବେରଙ୍ଗି ହେବା ଚାଷୀକୂଳ ଆଶଙ୍କା ପ୍ରକାଶ କରିଛନ୍ତି. ଏହି ବେରଙ୍ଗି ଧାନ ଫସଲକୁ ମଣ୍ଡି, ମିଲର ଗ୍ରହଣ କରିବେ ନାହିଁ. ଅନ୍ୟପକ୍ଷରେ ଏହି ଧାନକୁ ବାହାରେ ବିକ୍ରି କଲେ ମଧ୍ୟ କେହି କ୍ରୟ କରିବେ ନାହିଁ. ବର୍ତ୍ତମାନର ଏହି ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟ ହେବା ଆଶଙ୍କା ବୃଦ୍ଧି ପାଇଛି. ଅତି ତୁରନ୍ତ ସରକାର ଓ ପ୍ରଶାସନ ଏନେଇ ତୁରନ୍ତ ଆକଳନ କରି ଚାଷୀଙ୍କୁ କ୍ଷୟକ୍ଷତିରୁ ରକ୍ଷା କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ମଧ୍ୟ ଜିଲ୍ଲା ଚାଷୀ ନିବେଦନ କରି କହିଛନ୍ତି ଯେ, ଚଳିତ ବର୍ଷର ଅଦିନିଆ ବର୍ଷା ଯୋଗୁଁ ଧାନ ଫସଲ ଭିଜି ଏଫଏକ୍ୟୁ ମାନ କେତେକାଂଶରେ ରହି ନପାରେ. ତେଣୁ ସରକାର ଓ ପ୍ରଶାସନ ଚାଷୀଙ୍କୁ ରକ୍ଷା କରିବା ପାଇଁ ଚଳିତ ବର୍ଷ ଚାଷୀ ଠାରୁ ଧାନ କିଣିବା ସମୟରେ ଏଫଏକ୍ୟୁ ମାନକୁ ସମ୍ପୂର୍ଣ ଭାବେ କଡାକଡ଼ି ଭାବେ ପାଳନ ନ କରିବା ପାଇଁ ଅନୁରୋଧ ଜଣାଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More