ଅତି ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ବାତ୍ୟା ଚାନ୍ଦବାଲି ଠାରୁ ୨୦୦ କିଲୋମିଟର ଦୂରରେ ୟାସ୍

41

Get real time updates directly on you device, subscribe now.

ଭଦ୍ରକ (ସଂଘର୍ଷ ମିଡିଆ ) : ମାଡ଼ି ଆସୁଛି ବାତ୍ୟା ୟାସ୍ । ଅତି ଭୟଙ୍କର ରୂପ ନେବା ସହ ଉପକୂଳ ମୁହାଁ ହେଉଛି । ଏହା ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ବର୍ତ୍ତମାନ ବାତ୍ୟା ୟାସ୍ ଚାନ୍ଦବାଲି ଠାରୁ ୨୦୦ କିଲୋମିଟର ଦୂରରେ ରହିଛି । ଏବେ ବାତ୍ୟା ଆହୁରି ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳ ଭାଗ ଆଡକୁ ମାଡ଼ି ଆସୁଛି । ଆସନ୍ତାକାଲି ମଧ୍ୟାହ୍ନରେ ଏହା ଭଦ୍ରକ ଜିଲ୍ଲାର ଧାମରାରେ ଲ୍ୟାଣ୍ଡଫଲ କରିବ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ବାତ୍ୟା ୟାସର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆସନ୍ତାକାଲି ସକାଳୁ ଆରମ୍ଭ ହେବ । ଏହାର ପ୍ରଭାବରେ ଧାମରା, ଚାନ୍ଦବାଲି, ବାସୁଦେବପୁର ଏବଂ ଭଦ୍ରକ ସବୁଠୁ ଅଧିକ ପ୍ରଭାବିତ ହୋଇପାରେ । ବାତ୍ୟା ସ୍ଥଳ ଭାଗ ଅତିକ୍ରମ କରିବା ସମୟରେ ପବନର ଘଣ୍ଟାପ୍ରତି ବେଗ ୧୫୫ରୁ ୧୬୫ କିମି ଓ ବେଳେବେଳେ ଏହା ୧୮୫ କିମି ଛୁଇଁବାର ଆଶଙ୍କା ରହିଛି । ଆଜି ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି । ରାତିରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏଥିପାଇଁ ଭଦ୍ରକ ଜିଲ୍ଲା ପାଇଁ ରେଡୱାର୍ଣ୍ଣିଂ ଜାରି କରାଯାଇଛି । ସମୁଦ୍ରରେ ଉଚ୍ଚ ଜୁଆର ଦେଖିବାକୁ ମିଳିଛି । ଡ଼ାକବାଜି ଯନ୍ତ୍ର ଦ୍ବାରା ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ନିବେଦନ କରାଯାଇଛି । ଆଜି ଶଧ୍ୟାସୁଦ୍ଦା ବାତ୍ୟା ସମୁଦ୍ର କୁଳିଆ ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଏଥିପାଇଁ ODRF, NDRF ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଏଥିସହ ୧୦୦ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି ।ଏହି ସ୍ଥାନାନ୍ତର କାର୍ଯ୍ୟ ପାଇଁ ୪ ଟି NDRF, ୩ଟି ODRF ଓ ପୋଲିସ ପ୍ରଶାସନ କାର୍ଯ୍ୟରେ ଲାଗିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More