କଣାସ (ସଂଘର୍ଷ ମିଡିଆ ) : କଣାସ ବ୍ଲକ ଅନ୍ତର୍ଗତ ଶ୍ରୀ ଶ୍ରୀ ଶରୀଶ୍ଵର ଦେବଙ୍କ ପୀଠ ଅଡାଲ-ବଡାଲ ଗ୍ରାମରେ ଆଜି ୩ ତାରିଖରେ ତୁଳସୀ ଦାସକୃତ ଶ୍ରୀ ରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ମହାଯଜ୍ଞ ପାଇଁ ଶୁଭାଧିବାସ ହୋଇଯାଇଛି। ଏହି ଉପଲକ୍ଷେ ଷୋଡ଼ଶୋପଚାର, ଅଧିବାସ, ନାମ ସଂକୀର୍ତ୍ତନ, କଳସ ଶୋଭାଯାତ୍ର, ଶ୍ରୀ ଶ୍ରୀ ରାମଦରବାର ବିଗ୍ରହ ପ୍ରତିଷ୍ଠା, ଘଟସ୍ତାପନ ସହିତ ବିବିଧ ମାଙ୍ଗଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।୩ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୭ ଘଣ୍ଟାରୁ ମଧ୍ୟାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ଚମ୍ପାଝର ଗୋପାଳଜୀ ମଠାଧିଶ ପର୍ଶୁରାମ ଦାସଜୀ ମହାରାଜ ଓ ସାଥୀବୃନ୍ଦଙ୍କ ଦ୍ୱାରା ଶ୍ରୀ ରାମ ଚରିତ ମାନସ ସଦଗ୍ରନ୍ଥ ପାରାୟଣ ଓ ଘୃତଯଜ୍ଞ ହେବାସହ ସନ୍ଧ୍ୟା ୭ ଘଣ୍ଟାରେ ଆରତୀ ଓ ଭଜନ ଅନୁଷ୍ଠିତ ହେବାପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଅଛି। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପ୍ରତିଦିନ ବହୁ ଶ୍ରଦ୍ଧାଳୁ ସାମାଜିକ ଦୂରତା ବଜାୟ ରଖୀ ଶ୍ରୀ ରାମଲାଲାଙ୍କ ଦର୍ଶନ କରିଛନ୍ତି । ଏହି ମହାଯଜ୍ଞକୁ ମୃତ୍ୟୁଞ୍ଜୟ ଭଟ୍ଟମିଶ୍ର ଓ ଫେଲୁ ମିଶ୍ର ପରିଚାଳନା କରୁଛନ୍ତି । ଅଡାଲ-ବଡାଲ ଗ୍ରାମର ପ୍ରତେକ ବ୍ୟକ୍ତିଙ୍କର ସହଯୋଗରେ ଏହି ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଛି ।