କଟକ (ସଂଘର୍ଷ ମିଡିଆ ) : ବାଗଲପୁର ପଞ୍ଚାୟତ ସୁନ୍ଦରଗ୍ରାଁ ଗ୍ରାମର ଦେବେନ୍ଦ୍ର ବେହେରାଙ୍କ ଘରେ ଗତ ରାତିରେ ନିଆଁ ଲାଗି ସମସ୍ତ ଆସବାବପତ୍ର ସହ ଧାନ ଓ ଖାଦ୍ୟ ସାମଗ୍ରୀର ପୋଡ଼ି ପାଉଁଶ ହୋଇଯାଇଛି।ଏ ସମ୍ପର୍କରେ ଖବର ପାଇଁ ମଂଗୁଲି ବସୁମାତା ସମ୍ପାଦକ ଗୟାଧର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଦିଲ୍ଲୀରେ ଗୁଂଜ୍ ସହାୟତାରେ ଉକ୍ତ ଅସହାୟ ଦୁଇ ପରିବାରକୁ ଦୁଇଟି ଖାଦ୍ୟ ସାମଗ୍ରୀର କିଟ୍ ଓ ଦୁଇଟି ଜରି ପାଲ ପ୍ରଦାନ କରିଥିଲେ। ଶ୍ରୀ ମହାନ୍ତିଙ୍କ ସହିତ ଗୁଂଜର ଗୋପାଳ ଦାସ, ଇରବତୀ ମହାନ୍ତି ଓ ରାଖଲ ମଲ୍ଲିକ ଉପସ୍ଥିତ ଥିଲେ।ତୁରନ୍ତ ଏହି ଅଗ୍ନିଵିପନ୍ନଙ୍କୁ କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ପାଇଁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଦାବି ଜଣାଇଛନ୍ତି। କଣ୍ଟାପଡାରୁ ସଂନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଦାସଙ୍କ ରିପୋର୍ଟ ।