ଭଦ୍ରକ ( ସଂଘର୍ଷ ମିଡିଆ ) : ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିଶମ ଶହିଦ ଦିବସ ରୂପେ ପାଳନ କରାଯାଉଛି। ତାହା ସହ ଆଜି 14 ତାରିଖରୁ 20 ତାରିଖ ପର୍ଯ୍ୟନ୍ତ ଗୋଟିଏ ସପ୍ତାହ ଧରି ଅଗ୍ନିଶମ ସେବା ସପ୍ତାହ ରୂପେ ପାଳନ କରାଯିବ। ଏହି ଅବସରରେ ଭଦ୍ରକ ଅଗ୍ନିଶମ ବାହିନୀ ପକ୍ଷରୁ ମଧ୍ୟ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚରମ୍ପା ସ୍ଥିତ ଅଗ୍ନିଶମ କେନ୍ଦ୍ର ନିକଟରୁ ଅଗ୍ନିଶମ ବାହିନୀର ସଦସ୍ୟ ମାନେ ଏକ ରାଲି ବାହାର କରି ଭଦ୍ରକ ମେଡିକାଲ ପର୍ଯ୍ୟନ୍ତ ଆସିଥିଲେ । ପରେ ଭଦ୍ରକ ମେଡିକାଲରେ ଏକ ମକ ଡ୍ରିଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା. ଯଦି ମେଡିକାଲରେ ନିଆଁ ଲାଗିଯାଏ, କେଉଁ ଉପାୟରେ ନିଆଁର ପ୍ରକୋପରୁ ରୋଗୀମାନଙ୍କୁ ରକ୍ଷା କରାଯାଇପାରିବ, ସେଥିନେଇ ଏକ ମକଡ୍ରିଲ କରାଯାଇଛି। ଯାହାକି ମେଡିକାଲର ଛାତ ହେଉ କି ଅନ୍ୟ ସ୍ଥାନ ମାନଙ୍କରେ ନିଆଁ ଲଗାଯାଇ, ଫସି ଯାଇଥିବା ଲୋକ ମାନଙ୍କୁ ଛାତ ଉପରୁ ଏକ ରଶି ସାହାଯ୍ୟରେ ଉଦ୍ଧାର କରାଯାଇଥିଲା। ଏହି ମକଡ୍ରିଲ କାର୍ଯ୍ୟକ୍ରମ ଗୋଟିଏ ସପ୍ତାହ ଧରି ଚାଲିବ। ବିଭିନ୍ନ ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଏହି ମକଡ୍ରିଲ କରାଯାଇ ଲୋକମାନଙ୍କୁ ସଚେତନତା କରାଯିବ ବୋଲି ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି ।