କେନ୍ଦ୍ରାପଡ଼ା(ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ବରାଡ଼ିଆ ପଞ୍ଚାୟତର ତରାସ ଗାଁରେ ଆଜି ତା ୧ ମେ ରିଖ ଦିବା 12.30 ସମୟରେ ଅଗ୍ନିକାଣ୍ଡ ଘଟି ଅରୁଣ , ମୁନେଦ୍ର, ମାୟାଧର ଓ ଲଷ୍ମୀଧର ମଲ୍ଲିକ 4ରି ପରିବାର ଘର ଜଳି ପୋଡି ପାଉଁଶ ହେବା ସହ ଧାନ, ସୁନା, ଟଙ୍କା ଭଳି ଲକ୍ଷାଧିକ ଟଙ୍କାର ଘର ଆସବାବପତ୍ର ନଷ୍ଟ ହୋଇଛି । ଘଟଣାସ୍ଥଳରେ କନିକା ତହସିଲଦାର ପ୍ରେମାନନ୍ଦ ବେହେରା ପହଞ୍ଚି ପୀଡିତା ପରିବାରକୁ ଜରିପାଲ ଯୋଗେଇଦେବା ସହ ସ୍ଥାନୀୟ ସରପଞ୍ଚଙ୍କୁ ତୁରନ୍ତ ଶୁଖିଲା ଖାଦ୍ୟ, ଗ୍ରୋସରୀ ଜିନିଷ, ମହମବତୀ ଭଳି ଆବଶକୀୟ ସରଞ୍ଜାମ ଯୋଗେଇ ଦେବାକୁ କହିବା ସହ ରାଜସ୍ବ ନିରୀକ୍ଷକଙ୍କୁ ନିଆଁ ଲାଗିବାର କାରଣ ଓ କ୍ଷୟକ୍ଷତି ଆକଳନ କରି ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିବା ଦେଖିବାକୁ ମିଳିଛି ।