ନାଉଗାଁ(ସଂଘର୍ଷ ମିଡିଆ ) : – ବୈଶାଖ ଶୁକ୍ଳ ତୃତୀୟ ତିଥି ଅକ୍ଷୟ ତୃତୀୟା ଭାବେ ପରିଚିତ । କୃଷକମାନେ ଏହାକୁ ବଡ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ ଏବଂ ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୁର ବୋଳାଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବୈଦ୍ୟ କିଆରୀର ଈଶାଣ କୋଣରେ ପୋତି ପୂଜା ଅର୍ଚନା କରି ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କୁହନ୍ତି ।ଆଜି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକରେ ମଧ୍ଯ ଏହା ପାଳନ କରାଯାଇଅଛି। ଆଜି ସାରା ଦେଶ ସାରା ରାଜ୍ଯ ମହାମାରୀ କରୋନା ଭୁତାଣୁର କବଳରେ କବଳିତ ଥାଇ ମଧ୍ୟ ପବିତ୍ର ଅକ୍ଷିତୃତୀୟା ଦିବସରେ ରୀତି ନୀତି ଅନୁଯାୟୀ ପୂଜାର୍ଚନା କରାଯାଇ ଅକ୍ଷିମୁଠି ଅନୁକୂଳ କରାଯାଇଅଛି । ନାଉଗାଁ ରୁ ତାପସ କୁମାର ଦାସଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍