ବଣାଇଁ (ଆପ୍ର) ପ୍ରତି ବର୍ଷ ଭଳି ଏବର୍ଷ ଚଳିତ ବର୍ଷ ମେ ମାସରେ ଚାଷୀଙ୍କ ଅକ୍ଷିତୃତୀୟା ସମୟରେ ମୁଠି ଅନୁକୁଲ ଚନ୍ଦନ ଯାତ୍ରା ଭଳି ଜମିରେ ପାରମ୍ପରିକ ରୀତି ନୀତି ଅନୁସାରେ ନିଜ ଜମିରେ ଧାନ ଫସଲ ପାଇଁ ବିହନ ବୁଣିଥାନ୍ତି। କିନ୍ତୁ ଏବର୍ଷ କରୋନା ଦ୍ଵିତୀୟ ଲହରୀ ଥିବା ବେଳେ ଚାଷୀଙ୍କୁ କୋଭିଡ କଟକଣା ଥାଇ ମଧ୍ୟ ଚାଷୀଙ୍କୁ ସରକାର ସବୁ ସୁବିଧା ଥିଲେ ମଧ୍ୟ ସରକାରୀ ଧାର୍ଯ୍ୟରେ ଚାଷୀଙ୍କୁ ସୁଲଭ ମୂଲ୍ୟରେ ମୁଠାଏ ବିହନ ମିଳି ପାରିଲାନାହିଁ। ଯାହା ଫଳରେ ସେମାନେ ବାହାରୁ ଚଢାଦରରେ ବାଧ୍ୟ ହୋଇ ବିହନ କିଣି ଅକ୍ଷିତୃତୀୟା ସମୟରେ ଚାଷୀ ଭାଇମାନେ ରିତିନୀତି ଅନୁସାରେ ଏହି ପରମ୍ପରା କୁ ପାଳନ କରିଥିବା ଜଣାପଡିଛି। ତେବେ କଥା ରହିଛି ଯେ ଜୟ ଯବାନ ଜୟ କିସାନ ବୋଲି ନାରା ଥିବା ବେଳେ ସରକାର ଚାଷୀଙ୍କ ଉପରେେ କେତେ ଦରଜ ରହିଛି ଏହାର ଏକ ନଗ୍ନ ନମୁନା ହେଉଛି ଯେ ସରକାର ଏହି ଅକ୍ଷିତୃତୀୟା ପାଳନ ଅବସରରେ କୂଷକ ଦିବସ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏପଟେ ଓଲଟା ଦେଖିବାକୁ ମିଳିଛି ଯେ ଚାଷୀଙ୍କୁ ମୁୁଠାଏ ବିିହନ ଯୋଗାଇ ଦେବା ପାଇଁ ସରକାର ଫେଲ୍ ମାରିଥିବା ଚାଷୀ କୂଳରେ ଚାଷୀ ଭାଇମାନେ ଚର୍ଚ୍ଚା ହେଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।