ପୁରୀ(ସଂଘର୍ଷ ମିଡିଆ) : ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସାକ୍ଷୀ ଗୋପାଳ ମନ୍ଦିର ରେ ଆଜି ଅଁଳା ନବମୀ ପାଳିତ ହୋଇଥିଲା।ବର୍ଷକରେ ଗୋଟିଏ ଦିନ ଶ୍ରୀ ଗୋପୀନାଥଙ୍କ ସହ ରାଧାରାଣୀଙ୍କ ପାଦ ଦର୍ଶନର ସୁଯୋଗ ଥିବାରୁ ହଜାର ହଜାର ଶ୍ରଦ୍ଧାଳୁ ଏହାର ସୁବିଧା ନେଇଥିଲେ।ଯାତ୍ରା ଓ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ଓ ପୋଲିସ ପ୍ରଶାସନ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଥିଲେ।ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ସୂଚନା କେନ୍ଦ୍ର ତଥା ହଜିବା ଖୋଜିବା କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା।ତତ ସହିତ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ଏକ ଫଟୋ ପ୍ରଦର୍ଶନୀ ପ୍ରଦର୍ଶିତ ହୋଇଥିଲା।ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ଯୁ ଓ ଭଜନ ପୁସ୍ତକ ମଧ୍ୟ ବିକ୍ରି କରାଯାଇଥିଲା। ।