୩୭୮ ଗ୍ରାମ ହେରୋଇନ୍ ଜବତ , ୩ ଗିରଫ

74

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ ) : – ପୁରୀ କାର୍‌ରୁ ୩୭୮ ଗ୍ରାମର ହେରୋଇନ୍ ଜବତ। ପିପିଲି ଥାନା ଅନ୍ତର୍ଗତ ନିମାପଡ଼ା ବାଇପାସ୍ ଛକରୁ ଏକ ମାରୁତି ସୁଜୁକି କାର୍‌ରୁ ହେରୋଇନ୍ ଜବତ ହୋଇଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ସୂଚନାନୁଯାୟୀ, ଶୁକ୍ରବାର ରାତିରେ ନିମାପଡ଼ା ବାଇପାସ୍ ଛକରେ ଜିଲ୍ଲା ମୋବାଇଲ୍ ୟୁନିଟ୍ ଏକ ମାରୁତି ସୁଜୁକି କାର୍‌ରୁ ୩୭୮ ଗ୍ରାମର ହେରୋଇନ୍ ଜବତ କରିଥିଲା। ଏହା ସହ କାର୍ ଭିତରେ ଥିବା ୨ ଜଣଙ୍କୁ ଗିରଫ କରିଥିଲା। ୨ ଯୁବକଙ୍କୁ ପଚରାଉଚରା ବେଳେ କାର୍ ମାଲିକ ଏହି ରାକେଟ୍‌ର କିଙ୍ଗପିନ୍ ବୋଲି ଜଣାପଡ଼ିଥିଲା। ସେମାନଙ୍କ ତଥ୍ୟକୁ ଆଧାର କରି ପୋଲିସ କାର୍ ମାଲିକଙ୍କୁ ଗିରଫ କରିଛି। ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। କାର୍ ସମେତ ୩ଟି ମୋବାଇଲ୍ ଫୋନ ଜବତ ହୋଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More