୩୫ ବୋତଲ କଫ ସିରପ୍ ଜବତ, ଜଣେ ଗିରଫ

15

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) :- ବେଆଇନ ଭାବେ କଫସିରପ୍ ବିକ୍ରି କରୁଥିବା ଜଣେ ବ୍ୟକ୍ତିଙ୍କୁ କୁମ୍ଭାରପଡା ଥାନା ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ନରେନ୍ଦ୍ର କୋଣର ଉମାକାନ୍ତ ମିଶ୍ର(୫୨) । ଅଭିଯୁକ୍ତ ଠାରୁ ୩୫ବୋତଲ କଫସିରପ୍ ଜବତ ହୋଇଛି । ଏନେଇ ପୁଲିସ ଏକ ମାମଲା(ନଂ-୧୦୪/୨୩) ରୁଜୁ କରି ଅଭିଯୁକ୍ତକୁ ରବିବାର କୋର୍ଟ ଚାଲାଣ କରିଛି । ଜାମିନ ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ରବିବାର ସକାଳ ୧୦ଟା ୪୫ମିନିଟ୍ ସମୟରେ ଜିଟିଆ ବାବାଜୀ ଛକ ନିକଟରେ ଅଭିଯୁକ୍ତ କଫ ସିରପ୍ ବିକ୍ରି କରୁଥିଲେ । ଏସମ୍ପର୍କରେ ଖବରପାଇ ପୁଲିସ ଟିମ୍ ସେଠାରେ ଚଢ଼ଉ କରିଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More