ପାରାଦୀପ (ସଂଘର୍ଷ ମିଡିଆ ) : ପାରାଦୀପ ଅବକାରୀ ବିଭାଗ ଓ କୁଜଙ୍ଗ ଥାନା ପୋଲିସ ମିଳିତ ଭାବେ କୁଜଙ୍ଗ ଅଞ୍ଚଳରେ ଚଢ଼ାଉ କରି ୩୦ଗ୍ରାମ୍ ବ୍ରାଉନ ସୁଗାର ଜବତ ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନା ମୁତାବକ ପାରାଦ୍ବୀପ ତଥା ତାର ଆଖପାଖ ଅଞ୍ଚଳରେ ବଢି ଚାଲିଛି ବ୍ରାଉନ ସୁଗାର ଓ ଚୋରା ମଦ କାରବାର । ଗତ ତିନିମାସ ମଧ୍ଯରେ ପାରାଦ୍ବୀପ ଅବକାରୀ ବିଭାଗ ପାରାଦୀପ ଓ କୁଜଙ୍ଗ ଅଞ୍ଚଳରେ ଚଢ଼ାଉ କରି ବ୍ରାଉନ ସୁଗାର ଓ ଚୋରା ମଦ ବ୍ୟବସାୟୀ କୁ ଧରିବାରେ ସଫଳ ହୋଇଥିବା ବେଳେ ଆଜି ସକାଳ ୭ଟା ସମୟରେ କୁଜଙ୍ଗ ମାଛ ବଜାର ନିକଟରୁ ଜଣେ ବ୍ରାଉନ ସୁଗାର ବ୍ୟବସାୟୀ ଠାରୁ ୩୦ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତେବେ ଗିରଫ ଜଣଙ୍କ ହେଲେ କୁଜଙ୍ଗ ଅଞ୍ଚଳର ଅକ୍ଷୟ କୁମାର ନାଥ । ତାହା ଠାରୁ ଜବତ ହୋଇଥିବା ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ୟ ୪ରୁ ୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସେହିପରି ଗତକାଲି ରାତିରେ ଜଣେ ଚୋରା ମଦ ବ୍ୟବସାୟୀକୁ ଲକଥାନା ଭୂତମୁଣ୍ଡାଇ ଅଞ୍ଚଳରୁ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ତାଙ୍କ ଠାରୁ ଗୋଟିଏ ପେଟି ବିୟର ବୋତଲ ସହ ୧୫ଟି ବିଦେଶୀ ମଦବୋତଲ ଜବତ କରାଯାଇଛି ତେବେ ଜଗତସିଂହପୁର ଜିଲ୍ଲାପାଳଙ୍କ ତତ୍ବାବଧାନରେ ଅବକାରୀ ସୁପରିଟେଣ୍ଡ ଙ୍କ ନିର୍ଦ୍ଦେଶ କ୍ରମେ ପାରାଦ୍ଵୀପ ଅବକାରୀ ବିଭାଗ ଓ କୁଜଙ୍ଗ ଥାନା ପୋଲିସ ମିଳିତ ଭାବେ କୁଜଙ୍ଗ ଅଞ୍ଚଳରେ ଚଢ଼ାଉ କରିଥିବା ବେଳେ ଭୂତମୁଣ୍ଡାଇ ଅଞ୍ଚଳରେ ଅବକାରୀ ବିଭାଗ ଚଢାଉ କରାଯାଇଥିବା ପାରାଦୀପ ଅବକାରୀ ବିଭାଗ ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ତେବେ ଦିନକୁ ଦିନ ଏହି ବ୍ରାଉନ ସୁଗାର ବ୍ୟବସାୟୀ ପାରାଦ୍ଵୀପ ତଥା କୁଜଙ୍ଗ ଅଞ୍ଚଳରେ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ଅବକାରୀ ବିଭାଗର ଛାନଭିନ୍ ଜାରି ରହିଛି।