୨୦ ଖଣ୍ଡ କାଠପଟା, ବାଉଁଶ ସହ ଏକ ଶଗଡ଼ ଗାଡିକୁ ଜବତ କଲା ବନ ବିଭାଗ

44

Get real time updates directly on you device, subscribe now.

ମାଲକାନଗିରି (ସଂଘର୍ଷ ନିୟୁଜ)(ସତ୍ୟ ନାରାୟଣ ଦାଶ) : ମାଲକାନାଗିରି ଜିଲ୍ଲା କାଲିମେଳା ବ୍ଲକ ଏମ୍ ଭି ୭୯ ବନ ବିଭାଗ ପକ୍ଷରୁ ଏମ ପି ଭି ୮୩ ଅଂଚଳରୁ ୨୦ ଖଣ୍ଡ କାଠ ପଟା ଜବତ କରିବା ସହ ୧୦୦ ଖଣ୍ଡ କଞ୍ଚା ବାଉଁଶ,୧୦ ଖଣ୍ଡ ଲମ୍ବା କାଠ ଓ ଏକ ଶଗଡ଼ ଗାଡ଼ି ଜବତ କରାଯାଇଛି । ସୂଚନା ମୁତାବକ ଏମ ପି ଭି ୮୩ ଏକ ଜଙ୍ଗଲିଆ ରାସ୍ତ ଦେଇ ଶଗଡ଼ ଗାଡ଼ିରେ ନିଅ ଯାଉଥିଲା କାଠ ଓ ବାଉଁଶ। ତେବେ ବିଶେଷ ସୂତ୍ରରୁ ଖବର ପାଇ ଏମ୍ ଭି ୭୯ ରେଞ୍ଜର ବଳରାମ ନାୟକଙ୍କ ନେତୃତ୍ବରେ ଫରେଷ୍ଟର ଶିବଜିତ ମଣ୍ଡଳ ଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ କରି ଚଡାଉ କରାଯାଇ ଏଥିରେ ଏକ ଶଗଡ଼ ଗାଡ଼ି ସହ ୨୦ ଟି କାଠ ପଟା,୧୦ ଖଣ୍ଡ ଲମ୍ବା କାଠ ଓ ବାଉଁଶ ଜବତ କରାଯାଇଥିଲା।ତେବେ ପୂର୍ବରୁ ସୂଚନା ପାଇ କାଠ କାଟୁଥିବା ଲୋକମାନେ ସେହି ଜାଗା ଛାଡିଦେଇ ଥିବାରୁ କାହାକୁ ଗିରଫ କରାଯାଇ ପାରି ନଥିବା କୁହାଯାଇଛି।ଏନେଇ କେସ ନଂ ୦୨୨୩୦୦୩y୪୨ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ରେଂଜେର ନାୟକ କହିଛନ୍ତି। ଏହି କାଠପଟା,ବାଉଁଶ ଓ ଶଗଡ଼ ଗାଡ଼ିକୁ ଏକ ଟ୍ରାକ୍ଟର ଯୋଗେ ଏମଭି ୭୯ ରେଞ୍ଜ୍ କର୍ଜ୍ୟାଳୟ କୁ ଅଣାଯାଇଥିଲା। ଏହାର ଆନୁମାନିକ ମୂଲ୍ଯ ପ୍ରାୟ ୫୦ହଜାର ଟଙ୍କା ହେବ ବୋଲି ରେଞ୍ଜର ଶ୍ରୀ ନାୟକ କହିଛନ୍ତି। ବନ ବିଭାଗର ଅଚାନକ ଚଢାଉ କରି କାଠ ଜବତ ଘଟଣା କାଠ ମାଫିଆଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲା ବେଳେ ଆଗାମୀ ଦିନରେ ଏହି ଘଟଣାରେ ଜଡିତ ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି କୁହାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More